କଲମ ଚାଳନା ପାଇଁ ଲେଖକଙ୍କୁ ମିଳିଲା ଫାଶି

ଓଡ଼ିଆ ବାର୍ତ୍ତା/ ତେହରାନ: ଦେଶରେ ଦେଖାଦେଇଥିବା ସାଂପ୍ରଦାୟିକ ଦଙ୍ଗା ଏବଂ ଧାର୍ମିକ ବିବାଦକୁ ସେ ତାଙ୍କ କଲମ ମୁନରେ ରୂପ ଦେଉଥିଲେ ଲେଖକ । ତାଙ୍କ ବିରୋଧରେ ଲାଗିଲା ଗୁଇନ୍ଦା ଗିରି କରୁଥିବା ଅଭିଯୋଗ । ଶେଷରେ ସରକାର ଶୁଣାଇଲେ ଫାଶୀ ସଜ୍ଜା । ଏମିତି ଖବର ଆସିଛି ଇରାନରୁ  । ଇରାନ ଇଣ୍ଟରନାଶନାଲ ନିଉଜ ଚାନେଲ ତଥ୍ୟ ଅନୁଯାୟୀ, ମେହଦି ବହମାନ ନାମକ ଏହି ଲେଖକ ତଥା ଚିତ୍ରକରଙ୍କୁ ପ୍ରଥମେ ଗତବର୍ଷ ଅକ୍ଟୋବର ୧୨ରେ ଗିରଫ କରାଯାଇଥିଲା ।  ଏକ ଇଜିରାଏଲ ଟିଭି ଚାନେଲରେ ଏକ ଇଣ୍ଟରଭ୍ୟୁ ବେଳେ ସରକାର ବିରୋଧୀ ବୟାନ ଦେବାରୁ ତାଙ୍କୁ ଗିରଫ କରାଯାଇଥିଲା । ଇରାନ ଇଣ୍ଟରନାଶନାଲ ନିଉଜ ଚାନେଲର କହିବା ଅନୁଯାୟୀ, ଏହି ଇଣ୍ଟରଭ୍ୟୁ ୨୦୨୨ ଏପ୍ରିଲରେ ଇଜିରାଏଲର ‘ଚାନେଲ ୧୩’ରେ ପ୍ରସାରିତ ହୋଇଥିଲା । ଇଣ୍ଟରଭ୍ୟୁ ସମୟରେ ବହମନ ଇରାନ ସରକାରଙ୍କୁ ସମାଲୋଚନା କରିବା ସହ ଦେଶରେ ଇସଲାମ ଧର୍ମକୁ ଜୋର ଜବରଦସ୍ତ ଲଦି ଦିଆଯିବା ଘଟଣା ଉପରେ ବର୍ଷିଥିଲେ । ଏଥିସହିତ ଇଜରାଏଲ ଏବଂ ଇରାନ ସମ୍ପର୍କକୁ ସୁଧାରିବା ପାଇଁ ଆହ୍ୱାନ ଦେଇଥିଲେ । ବହମନ ସିହା ସଂପ୍ରଦାୟର  ମାସୋମି ତେହରାନିଙ୍କ ସହ କାମ କରୁଥିଲେ । ତାଙ୍କ ସହ ମିଶି ସେ ବିଭିନ୍ନ ଧାର୍ମିକ ସଂପ୍ରଦାୟର ପ୍ରତୀକ ଆର୍ଟୱାର୍କ କରୁଥିଲେ  । ପରେ ଏହାକୁ ସଂଖ୍ୟାଲଘୁ ସଂପ୍ରଦାୟ ଯେମିତି ଜେସସ, ଖ୍ରୀଷ୍ଟିୟାନ, ଜୋରାଷ୍ଟ୍ରିଆନ, ସୁନି ଇସଲାମ ନେତାଙ୍କ ପାଖକୁ ପଠାଉଥିଲେ । ତାଙ୍କୁ ମଧ୍ୟ ଗିରଫ କରାଯାଇଥିବା ଇରାନ ଇଣ୍ଟରନାଶନାଲ କହିଛି । ହିଜାବକୁ ବିରୋଧ କରୁଥିବା ୨୨ ବର୍ଷୀୟ ମହସା ଅମିନିଙ୍କୁ ସେପ୍ଟେମ୍ବର ୨୦୨୨ରେ ହାଜତରେ ହତ୍ୟା କରିବା ପରେ ଇରାନରେ ଦେଶ ବ୍ୟାପି ଆନ୍ଦୋଳନ ଲାଗି ରହିଛି । ୧୦୦ ଜଣ ଇରାନିଆାନ ବିଦ୍ରୋହୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଏହି ସଜା ମିଳିସାରିଲାଣି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.