ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ ଲୋକେ। ଆଉ ବିଧାୟକଙ୍କୁ ଜଣାଇଥିଲେ ପଡାବାସୀ। ଶୀଘ୍ର ନଳକୂପ ଯୋଗଦେଇବାକୁ ବିଧାୟକ ବି କଥା ଦେଇଥିଲେ। ଆଉ କଥା ଦେଇ କଥା ବି ରଖିଛନ୍ତି ଧର୍ମଗଡ଼ ବିଧାୟକ ମୌଷଧି ବାଗ। ଗୁରୁବାର ନୁତନ ନଳକୂପ ଖନନ ପରେ କୋକସରା ବ୍ଲକ ବଡପୋଡାଗୁଡା ମେଡିକାଲ ପଡାବାସୀଙ୍କ ମୁହଁରେ ହସ ଫୁଟିଛି। ସୂଚନା ଅନୁସାରେ, ପଡ଼ାରେ ପ୍ରାୟ ହଜାରେ ରୁ ଉର୍ଦ୍ଧ୍ଵ ଜନସଂଖ୍ୟା ରହୁଥିବାବେଳେ ସେମାନଙ୍କ ପାନୀୟ ଜଳ ବ୍ୟବହାର ନିମନ୍ତେ ଦୁଇଟି ନଳକୂପ ରହିଛି।ତନ୍ମଧ୍ୟରୁ ଗୋଟିଏ ନଳକୂପ ପାନୀୟ ଜଳ ପାଇଁ ଉପଯୋଗୀ ନୁହେଁ। ତେଣୁ ବାଧ୍ୟ ହୋଇ ପଡାବାସୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରକୁ ନିତିଦିନ ପିଇବା ପାଣି ଆଣିବାକୁ ଯାଉଥିଲେ। ତେବେ ରବିବାର ଦିନ ମେଡିକାଲ ବନ୍ଦ ପରେ ପାଣି ଟିକକ ପାଇଁ ପଡାବାସୀ ଅନେକ ଅସୁବିଧାର ସମ୍ମୁଖୀନ ଭୋଗୁଥିଲେ। ଏନେଇ ପଡାବାସୀ ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କୁ ଅବଗତ କରିଥିଲେ। ବିଧାୟକ ମଧ୍ୟ ନୂତନ ନଳକୂପ ଖନନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଗୁରୁବାର ନୁତନ ନଳକୂପ ଖନନ ହେବାପରେ ବଡାବାସୀ ବିଧାୟକ ଶ୍ରୀ ବାଗଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।