ଜାତୀୟ ସେବା ଯୋଜନାର ଶୀତ କାଳୀନ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜାତୀୟ ସେବା ଯୋଜନା ଏନ.ଏସ.ଏସ ଶୀତକାଳୀନ ଶିବିର ୨୦୨୨-୨୩ ଆଜିଠାରୁ କୋକସରା ବ୍ଲକର ଗମ୍ଭାରୀଗୁଡା ଗ୍ରାମପଞ୍ଚାୟତ ଅଧୀନସ୍ଥ ବଙ୍ଗୋମୁଣ୍ଡା ଠାରେ ଆରମ୍ଭ ହୋଇଯାଇଛି l ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୁଣାକର ପଣ୍ଡା ଏନ.ଏସ.ଏସ ର ପତକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ l ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଶ୍ବିନୀ କୁମାର ପଟ୍ଟନାୟକ ଉପସ୍ଥିତ ରହି ସମାଜର ସେବା ଦ୍ୱାରା ଛାତ୍ରର ବ୍ୟକ୍ତିତ୍ୱର ବିକାଶ ହୋଇ ପାରିବ ବୋଲି ମତ ପ୍ରଦାନ କରିଥିଲେ l ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ବଙ୍ଗୋମୁଣ୍ଡା ଗ୍ରାମ ପରିକ୍ରମା କରି ଜନ ସାଧାରଣଙ୍କ ସହିତ ଆସିବାର ଓ ଶିବିରର ଆଭିମୁଖ୍ୟ ପ୍ରଦାନ କରିଥିଲେ l ବଙ୍ଗୋମୁଣ୍ଡା ର ସର୍ବସାଧାରଣ ମଧ୍ୟ ସ୍ବେଛାସେବୀ ଙ୍କୁ ଆନନ୍ଦର ସହିତ ସ୍ୱାଗତ କରିଥିଲେ l ଏହି ଶିବିରଟି ୫ ଜାନୁଆରୀରୁ ୧୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଚାଲୁ ରହି ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ କରାଯିବାର ସୂଚନା ଏନ.ଏସ.ଏସ ପ୍ରୋଗ୍ରାମ ଅଫିସର ଐରୀ ନାଶନ ଚିନ୍ଦା ସୂଚନା ଦେଇଛନ୍ତି l ଏହି ଅବସରେ ବଙ୍ଗୋମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୟାନିଧି ହଂସ ଓ ସମସ୍ତ ଶିକ୍ଷକଙ୍କୁ ତାଙ୍କର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ମହାବିଦ୍ୟାଳୟର ଲାଇବ୍ରେରୀଆନ ଜିତେନ୍ଦ୍ର କୁମାର ପ୍ରଧାନୀ, କ୍ରୀଡ଼ା ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶି, ସୁନୀଲ କୁମାର ପ୍ରଧାନୀ, ତପନ କୁମାର ବିଶି, ମୋହନ ବିଶି ପ୍ରମୁଖ ଉପସ୍ଥିତ ଥିଲେ l

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.