ଗୋପାଳପୁର, ସିରମସ୍କା, ରାଣୀଡୁମେର ଓ ପେରମଞ୍ଜି ଠାରେ 5ଜି ଟେଲିକମ ସେବା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳରେ ଟେଲିଯୋଗାଯୋଗ କ୍ଷେତ୍ରରେ ସହଜରେ ଉପଲବ୍ଧ କରିବା ଓ ପ୍ରତ୍ୟେକ କାର୍ଯ୍ଯରେ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାରେ ସର୍ବ ପ୍ରଥମେ 5ଜି ଟେଲିକମ ସେବା କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକସ, ସୂଚନା ପ୍ରଦ୍ୟୋଗିକୀ ଏବଂ ଦୂର ସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଏହିପରିପ୍ରିକ୍ଷୀରେ ଓଡିଶାର ନୂଆପଡାରେ ୧୭ ଟି 5ଜି ଓ କଳାହାଣ୍ଡି ଜିଲ୍ଲାରେ ୧୯ ଗୋଟି 5ଜି ଟାଓ୍ବାର ଉଦଘାଟନ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବନ ପାହାଡ ପର୍ବତ ଘେରା ପଛୁଆ ଅଞ୍ଚଳ ହୋଇଥିବା ଯୋଗୁଁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ତାଙ୍କ ପ୍ରୟାସ ରେ ଥୁଆମୂଳ ରାମପୁର ବ୍ଳକର ଜନସାଧାରଣଙ୍କୁ ଉନ୍ନତ ମାନର ଟେଲିକମ ସେବା କ୍ଷେତ୍ରରେ ସୁବିଧା ଯୋଗାଇ ଦେବା ପାଇଁ ଅହରହ ଚେଷ୍ଟା କରୁଥିବା ଫଳରେ ତାଙ୍କର ଚେଷ୍ଟା ସଫଳ ହୋଇଛି, ଆଜି ଯଥା ତା ୦୫/୦୧/୨୦୨୩ ରିଖ ଗୁରୁବାର ଦିନ ପେରମଞ୍ଜି, ରାଣୀଡୁମେର, ସିରମସ୍କା ଓ ଗୋପାଳପୁର ଠାରେ 5ଜି ଟାଓ୍ବାର ର ଉଦଘାଟନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିଭଳି ଗୋପାଳପୁର ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ଜିଲ୍ଲା ବିଏସଏନଏଲ ପକ୍ଷରୁ ଆୟୋଜନରେ 5ଜି ସେବା ଉଦଘାଟନି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଥୁଆମୂଳ ରାମପୁର ତହସିଲଦାର ଇଶ୍ଵର ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବରେ (ବିଏସଏନଏଲ) ଟିଡିଏମ୍ ସିଦ୍ଧାର୍ଥ ରାଏ, ରାଜ୍ଯ କାର୍ଯ୍ଯ କାରିଣୀ ସଦସ୍ୟ ରମେଶ ମାଝୀ, ମାନ୍ଯବର କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ତଥା ଟେଲିକମ୍ ସଦସ୍ୟ କଳାହାଣ୍ଡି ବିଷ୍ଣୁ ନାଏକ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ, ଜିଓ କର୍ତ୍ତୃପକ୍ଷ ବିଶ୍ବରଞ୍ଜନ ମହାନ୍ତି, ଥୁଆମୂଳ ରାମପୁର ଥାନା ଏଏସଆଇ ରଶ୍ମି ରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନ୍ଯମାନଙ୍କ ମଧ୍ୟରେ ଥୁଆମୂଳ ରାମପୁର ବ୍ଳକ ବିଜେପି ମଣ୍ଡଳ ସଭାପତି ସୁଶାନ୍ତ ନାଏକ, ଧନର୍ଯ୍ଯୟ ନାଏକ ରାଧାକୃଷ୍ଣ ନାଏକ. ବିପିନ ବିହାରୀ ନାଏକ. ଶତ୍ରୁଘ୍ନ ଗହୀର, ଚକ୍ରଧର ମାଝୀ ସ୍ଥାନୀୟ. ସରପଞ୍ଚ ବେଣୀମାଝୀ. ଆଲୋକ ରଞ୍ଜନ ନାଏକ. ଅଭିରାମ ନାଏକ, ଭାରତ ଚନ୍ଦ୍ର ନାଏକ, ଭାସ୍କର ନାଏକ.ସମେତ ସାମ୍ବାଦିକ ବଳଭଦ୍ର ବାଗ , ସାମ୍ବାଦିକ ଦୁର୍ଗାକୀର୍ତ୍ତି ଓ ସ୍ଥାନୀୟ ଗ୍ରାମପଞ୍ଚାୟତର ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।

Udyog Nursery
Udyogi Nursery

ଥୁଆମୂଳ ରାମପୁର ବ୍ଳକ ଏକ ଅନୁନ୍ନତ ଅଞ୍ଚଳ ହୋଇଥିବା ଯୋଗୁଁ ଏହି ଅଞ୍ଚଳରେ ପ୍ରାୟତଃ ଟେଲିକମ ସେବା କ୍ଷେତ୍ରରେ ହେଉ ଅବା ରାସ୍ତାଘାଟ, ପାନୀୟଜଳ କିମ୍ବା ଶିକ୍ଷାକ୍ଷେତ୍ର ଏହିସବୁ ଅସୁବିଧା ହେଉ ତାହାକୁ ସାଂସଦ ପ୍ରତିନିଧି ବିଷ୍ଣୁ ନାଏକ ବାରମ୍ବାର କଳାହାଣ୍ଡି ସଂସଦ ଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ନାଏକଙ୍କ ଚେଷ୍ଟା ଯୋଗୁଁ ଏହାର ଫଳସ୍ୱରୂପ ଥୁଆମୂଳ ରାମପୁର ବ୍ଳକରେ 5ଜି ଟାଓ୍ବାର କାର୍ଯ୍ଯକାରିକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚା ର ବିଷୟ ପାଲଟିବା ସହ ଶ୍ରୀ ନାଏକ ଆଗକୁ ଆହୁରି ଅଞ୍ଚଳ ପାଇଁ ଅଞ୍ଚଳର ମୌଳିକ ସୁବିଧା କେନ୍ଦ୍ର ସରକାରଙ୍କ ଠାରୁ ସିଧା ଲୋକଙ୍କ ପାଖରେ ପହଞ୍ଚାଇବି ବୋଲି କହିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.