ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ର ବାର୍ଷିକ କ୍ରୀଡା ଉଦଯାପିତ ହୋଇିଯାଇଛି । ନର୍ଲା ହାଇସ୍କୁଲ ପଡିଆରେ ଦୁଇି ଦିନ ଧରି ଚାଲିଥିବା ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି ।  ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ଆଇଆଇସି ଗଙ୍ଗାଧର ମେହେର ଯୋଗଦାନ କରି କ୍ରୀଡା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ସରପଞ୍ଚ ତନୁଜା ହରପାଲ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଅଜୟ ନାଏକଙ୍କ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉଦ୍ଘାଟନୀ ଦିବସରେ ଶିଶୁ ବାଟିକାର ଶିଶୁ ପ୍ରାରମ୍ଭ ଓ ଶିଶୁ ବୋଧ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ପରିସର ପଡିଆରେ ପତାକା ଦୌଡ, ବେଙ୍ଗଡିଆଁ ଓ ମୁଣ୍ଡରେ ଥାଳିଧରି ଚାଲିବା । ସେହିଭଳି ଶିଶୁ ବୋଧର ଛାତ୍ରଛାତ୍ରୀଙ୍କୁ ନେଇ ୩୦ ମିଟର ଦୌଡ, ସଙ୍ଗୀତ ଚୌକି, ରିଙ୍ଗବଲ ଫିଙ୍ଗା ଓ ଜିଲାପି ଖିଆ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଶ୍ରେଣୀରୁ ୪ ର୍ଥ ଶ୍ରେଣୀ ଯାଏଁ ମଧ୍ୟ ସେହିଭଳି ବିଭିନ୍ନ ଇଭେଣ୍ଟ ପୁଚି, ଅଖା ଦୌଡ, ୧୦୦ ମିଟର ଦୌଡ, କ୍ରିକେଟ ବଲଫିଙ୍ଗା, ଅଙ୍କ ଦୌଡ, ଟବରେ ବଲଫିଙ୍ଗା, ବେଙ୍ଗଡିଆଁ, ସଙ୍ଗୀତ ଚୌକି, ୨୦୦ ମିଟର ଦୌଡ ଭଳି ଇଭେଣ୍ଟ ଗୁଡିକୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ବାଲ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ ୧୦୦, ୨୦୦, ୪୦୦ ଓ ୬୦୦ ମିଟର ଦୌଡ ପ୍ରତିଯୋଗୀତା ଏବଂ ୮୦ ମିଟର ବାଧା ଦୌଡ, ଲମ୍ବା ଡିଆଁ, ଉଚ୍ଚା ଡିଆଁ ଓ ୪ କେଜି ଯୁକ୍ତ ଗୋଳା ଫିଙ୍ଗା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ବିଭାଗ ଅନୁଯାୟୀ ବିଭିନ୍ନ ଇଭେଣ୍ଟ ଗୁଡିକର ପ୍ରତିଯୋଗୀତା ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦ୍ୱିତୀୟ ଦିବସ ଦିବା ୧୧ ଘଣ୍ଟା ସମୟରେ ସମସ୍ତ ଇଭେଣ୍ଟ ଗୁଡିକର ପ୍ରତିଯୋଗୀତା ସରିଯାଇଥିବା ବେଳେ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ତ ବଦ୍ରୀନାରାୟଣ ମିଶ୍ର, ସମ୍ମାନୀତ ଅତିଥି ଭାବରେ ପରିଚାଳନା ସମିତିର ସଭାପତି ବନୀତା ମିଶ୍ର, ଉପ ସଭାପତି ପ୍ରମୋଦ କୁମାର ପଧାନ, ସମ୍ପାଦକ ସୁମନ୍ତ ପୁଝାରୀ, ଯୁଗ୍ମ ସମ୍ପାଦକ ଅଜୟ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାର୍ଷିକ କ୍ରୀଡା ସମ୍ପନ୍ନ ହୋଇଥିଲା । ସରସ୍ୱତୀ ପୂଜା ଦିନ ହେବାକୁ ଥିବା ବିଦ୍ୟାଳୟର ବାର୍ଷିକ ଉତ୍ସବରେ କ୍ରୀଡା ପ୍ରତିଯୋଗୀତା ଗୁଡିକରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ପ୍ରଧାନାଚାର୍ଯ୍ୟ ଶ୍ରୀ ନାଏକ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.