ହର୍ଷୋଲ୍ଲାସର ସହ ପାଳିତ ହେଲା ପୁଷପୁନି ପର୍ବ; ସରକାରୀ ଛୁଟି ଘୋଷଣା ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପଶ୍ଚିମ ଓଡ଼ିଶାର ଅନ୍ୟତମ ମହାନ ଗଣପର୍ବ ପୁଷପୁନି ଆଜି କଳାହାଣ୍ଡିର ୧୩ଟି ଯାକ ବ୍ଲକରେ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହାକୁ ନେଇ ଗାଁ ଗାଁରେ ପାର୍ବଣର ମାହୋଲ ଦେଖିବାକୁ ମିଳିଛି । ପୂର୍ବରୁ ଚାଲି ଆସିଥିବା ଏହି ପର୍ବକୁ ଗ୍ରାମାଞ୍ଚଳର ଛୋଟ ଛୋଟ ପିଲାମାନେ ଛେରଛେରା ମାଗିବାସହ ପାଳନ କରିଛନ୍ତି । ଯୁବକ ଓ ବୟସ୍କମାନେ ମଧ୍ୟ ଗ୍ରାମର ଗୈାନ୍ତିଆ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଘରକୁ ଯାଇ ଛେରଛେରା ମାଗି ଆନନ୍ଦିତ ହୋଇଛନ୍ତି । ବଣଭୋଜି ଓ ଖୁସିର ମାହୋଲ ମଧ୍ୟରେ ପାଳିତ ହୋଇଛି ପୁଷପୁନି । ଘରେ ଘରେ ମଣ୍ଡାପିଠା ପ୍ରସ୍ତୁତ ହୋଇ ସାଇପଡିଶାଙ୍କୁ ବଣ୍ଟନ ହୋଇଥିବା ଦେଖିବାକୁ ମିଳିଛି । ସାନବଡ, ଧନି ଗରୀବ, ଉଚ୍ଚ ନିଚ୍ଚ ନିର୍ବିଶେଷରେ ସମସ୍ତେ ପୁଷପୁନିକୁ ମର୍ଯ୍ୟଦାର ସହ ପାଳନ କରିଛନ୍ତି । ପୁଷପୁନି ସହ କୃଷିଜୀବୀ ଓ ଶ୍ରମଜୀବୀ ସମାଜର ସଂପୃକ୍ତି ରହିଛି । ତେଣୁ ଏହି ଦିନ ଅନ୍ୟାନ୍ୟ କୃଷି ଭିତ୍ତିକ ପର୍ବପରି ନିଜର ସ୍ବାତନ୍ତ୍ରତା ପ୍ରତିପାଦନ କରିଥାଏ । ପୂର୍ବକାଳରେ ମହାଜନ ଓ ଗଉନ୍ତିଆମାନଙ୍କ ଘରେ ହଳିଆମାନେ ଚୁକ୍ତି ଭିତ୍ତିକ ଭାବରେ ବର୍ଷକ ପାଇଁ କାମ କରୁଥିଲେ । ପୁଷପୁନି ଦିନ ସେମାନେ କାମରୁ ମୁକ୍ତି ପାଉଥିଲେ । ଏହାପରେ କିଛି ଦିନ ମଉଜ ମଜଲିସରେ ବିତାଇବା ପରେ ଶ୍ରମଜୀବୀମାନେ ପୂର୍ବର ମହଜନ କିମ୍ବା ନୂତନ ମହାଜନଙ୍କ ପାଖରେ ପୁଣି ବର୍ଷକ ପାଇଁ ଚୁକ୍ତିକରି ଚାଷକାର୍ଯ୍ୟ କରୁଥିଲେ । ପୁଷପୁନି ଶ୍ରମଜୀବୀଙ୍କ ପାଇଁ ମୁକ୍ତିର ଦିନ ହୋଇଥିବାରୁ ସେମାନେ ଏହାକୁ ଅତି ଆନନ୍ଦର ସହ ପାଳନ କରୁଥିଲେ । ପୁଷପୁନିର ତିନି ଦିନ ଧରି ମାଛମାଂସ ଓ ମଦ ଖାଇ ପରିବାର ସହ ହସଖୁସିରେ କଟାଇବାପରେ ପୁଣିଥରେ ନିଜ କାମରେ ଲାଗି ଯାଉଥିଲେ ଶ୍ରମଜୀବୀ । ବର୍ତ୍ତମାନ ଏହି ପ୍ରଥା ଆଉ ନଥିଲେ ମଧ୍ୟ ପୂର୍ବ ପରମ୍ପରାକୁ ବଜାୟ ରଖିବାପାଇଁ ଘରେ ଘରେ ପିଠାପଣା ଓ ବଣଭୋଜିର ଆସର ଦେଖାଯାଉଛି । ଏହାସହ ଛେରଛେରା ମାଗିବା ପ୍ରଥା ମଧ୍ୟ ଅନୁସୃତ ହୋଇ ଆସୁଛି । ଅନ୍ୟପକ୍ଷରେ ପୁଷପୁନି ପଶ୍ଚିମାଞ୍ଚଳର ଏକ ପ୍ରମୁଖ ପର୍ବ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ଦିନକୁ ଛୁଟି ଘୋଷଣା କରୁନାହାନ୍ତି ତେଣୁ ପଶ୍ଚିମ ଓଡ଼ିଶା ସାରା ଅସନ୍ତୋଷର ବାତାବରଣ ଦେଖାଯାଇଛି । ତେଣୁ ଆଗାମୀ ବର୍ଷଠାରୁ ପୁଷପୁନି ଦିନକୁ ସରକାରୀ ଛୁଟି ଘୋଷଣା କରିବାକୁ ବିଭିନ୍ନ ମହଲରୁ ଦାବୀ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.