ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଖେଳିବେନି ରୋହିତ, ବିରାଟ !

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟି୨୦ ସିରିଜରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଖେଳିବେନି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଯେତେଦୂର ସମ୍ଭବ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇପାରନ୍ତି । ନୂତନ ଭାବେ ଗଠିତ ହେବାକୁ ଥିବା ଚୟନ କମିଟି ଏହି ସିରିଜ ପାଇଁ ଦଳ ଚୟନ କରିବେ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ୧୮ ଜାନୁୟାରୀରୁ ଓ ୨୭ରୁ ଟି୨୦ ସିରିଜ ଆରମ୍ଭ ହେବ । ମହମ୍ମଦ ସାମୀ, ଭୁବନେଶ୍ୱର କୁମାର ଓ ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ଏହି ତାଲିକାରୁ ବାଦ ପଡିବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ବିସିସିଆଇ ଭବିଷ୍ୟତକୁ ଆଖି ଆଗରେ ରଖି ଯୁବ ଖେଳାଳିମାନଙ୍କୁ ଟି୨୦ ପାଇଁ ପ୍ରସ୍ତୁତ କରିବା ଆରମ୍ଭ କରିଛି । ବିସିସିଆଇ ରିଭ୍ୟୁ କମିଟି ଦିନିକିଆ ବିଶ୍ୱକପ ପାଇଁ ୨୦ଜଣିଆ ଦଳ ଘୋଷଣା କରିବା ପାଇଁ ଚୟନ କମିଟିକୁ କହିଛି । ଚଳିତ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରୁ ମଧ୍ୟ ବିରାଟ, ରୋହିତ ବାଦ ପଡିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.