ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁରର ମୋଟୋଗଣ୍ଡା ସ୍ଥିତ ରାମକୃଷ୍ଣ ଆଶ୍ରମ ଠାରେ ସ୍ବାମୀ ବିବେକନନ୍ଦଙ୍କ ଜନ୍ମ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଆଶ୍ରମର ସମ୍ପାଦକ ଅଶୋକ ନନ୍ଦ ମହାରାଜଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, ସମ୍ମାନିତ ଅତିଥି ଭାବେ ମ.ରାମପୁର ସରପଞ୍ଚ ବୀଣାପାଣି ସାହୁ, ସ୍ବାମୀ ବୀରେଶା ନନ୍ଦ, ସ୍ବାମୀ ଦ୍ଧିରେଶା ନନ୍ଦ, ସ୍ବାମୀ ଶୁକଦେବ ନନ୍ଦ, ଭବାନୀ ପାଟଣା ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବରାମ ନାୟକ, ବିବେକ ନନ୍ଦ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ସୁରେନ୍ଦ୍ର ମହାକୁଡ, ପ୍ରଣୟ ଆନନ୍ଦ ତ୍ରିପାଠୀ, ରମାକାନ୍ତ ବେହେରା ଆଦି ଉପସ୍ଥିତ ଥିଲେ।ଅଞ୍ଚଳର ଆଖପାଖ ବିଭିନ୍ନ ବିଦ୍ୟାଳୟ, ମହା ବିଦ୍ୟାଳୟ ହୋଇ ଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।