ବିଦେଶରେ ଏହି ଭାରତୀୟ କାର୍ କମ୍ପାନୀର କମାଲ; ବିଦେଶୀ ବଜାର କବ୍‌ଜା କଲାଣି କମ୍ପାନୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଦେଶରେ ଭାରତୀୟ କାର୍ କମ୍ପାନୀର ପ୍ରଭାବ। ଦକ୍ଷିଣ ଆଫ୍ରିକାରେ ଦ୍ରୁତ ଅଭିବୃଦ୍ଧି କରୁଛି ଭାରତୀୟ କାର୍‌ ନିର୍ମାତା କମ୍ପାନୀ ମହିନ୍ଦ୍ରା। ଦକ୍ଷିଣ ଆଫ୍ରିକାରେ ମହିନ୍ଦ୍ରାର କାର୍‌ ବିକ୍ରିରେ ରେକର୍ଡ ବୃଦ୍ଧି ହୋଇଛି। ଆଉ ଏବେ କମ୍ପାନୀ ୨୦୨୨ ରେ ଦକ୍ଷିଣ ଆଫ୍ରିକାରେ ସବୁଠୁ ଦ୍ରୁତ ଅଗ୍ରଗତି ହେଉଥିବା ବ୍ରାଣ୍ଡ​‌ ହୋଇପାରିଛି। ନ୍ୟାସନାଲ ଆସୋସିଏସନ ଅଫ୍ ଅଟୋମୋବାଇଲ ମ୍ୟାନୁଫାକ୍ଚରର୍ସ ଅଫ୍ ସାଉଥ୍ ଆଫ୍ରିକା (ଏନଏଏଏମଏସଏ)ର ଏକ ରିପୋର୍ଟରେ ଗୁରୁବାର ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ମହିନ୍ଦ୍ରା SAର ବିକ୍ରି ୭୮ ପ୍ରତିଶତ ବଢ଼ିଛି। ଯାହା ସବୁ ଗାଡ଼ି ବ୍ରାଣ୍ଡ୍‌ ଠାରୁ ଅଧିକ। ରିପୋର୍ଟ ଅନୁଯାୟୀ ୨୦୨୨ ରେ ଦକ୍ଷିଣ ଆଫ୍ରିକାରେ କମ୍ପାନୀର ପାସେଞ୍ଜର ଗାଡ଼ିର ସମୁଦାୟ ବିକ୍ରି ୮୦ ପ୍ରତିଶତ ବୃଦ୍ଧି ହୋଇ ୪୦୨୭ ରେ ପହଞ୍ଚିଛି। ସେହିଭଳି ହାଲୁକା କର୍ମସିଆଲ ଗାଡ଼ିରେ ଲୋକପ୍ରିୟ ପିକ୍‌ ଅପ୍‌ ଏବଂ ବୋଲେରୋ ବିକ୍ରି ୭୭ ପ୍ରତିଶତ ବଢ଼ି ୮,୮୮୫ ହୋଇଛି। ଦକ୍ଷିଣ ଆଫ୍ରିକାରେ xuv 300 ହେଉଛି ସବୁଠୁ ନିରାପଦ କାର୍‌। ୨୦୨୨ ରେ ଏହାର ୨୦୭୯ ୟୁନିଟ୍ ବିକ୍ରି ହୋଇଥିବା ରିପୋର୍ଟରେ କୁହାଯାଇଛି। ପ୍ରଥମ ଥର ପାଇଁ ବାର୍ଷିକ ଆଧାରରେ ରେକର୍ଡ ସଂଖ୍ୟକ ୧୦ ହଜାର ବାହନ ବିକ୍ରି କରିଛି କମ୍ପାନୀ। ତଥ୍ୟ ଅନୁଯାୟୀ, ୨୦୨୨ ରେ ୧୪ ହଜାର ବିକ୍ରି ପାଖାପାଖି ପହଞ୍ଚିଥିବା ବେଳେ ଲଗାତର କିଛି ବର୍ଷ ହେଲା କମ୍ପାନୀ ଦେଶରେ ଭଲ ବ୍ୟବସାୟ କରୁଛି। ମହିନ୍ଦ୍ରା ଦକ୍ଷିଣ ଆଫ୍ରିକା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ଗୁପ୍ତାଙ୍କ ସୂଚନା ଅନୁଯାୟୀ ୨୦୦୪ ରେ କମ୍ପାନୀ ପ୍ରଥମ ଥର ଦକ୍ଷିଣ ଆଫ୍ରିକା ବଜାରରେ ପ୍ରବେଶ କରିଥିଲା। ଏହା ପରଠାରୁ ପ୍ରଥମ ଥର ପାଇଁ କମ୍ପାନୀ ଏହି ସଫଳତା ପାଇଛି ବୋଲି ସେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.