ମ.ରାମପୁର ରାଜପ୍ରସାଦ ‘ମା ଡୁକୁରି’ଙ୍କ ପିଠରୁ ମଶାଲ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଉତ୍ସବ ୨୦୨୩ ପାଇଁ ଭବାନିପାଟଣା ଅଭିମୁଖେ ମ.ରାମପୁର ରାଜପ୍ରସାଦ ମା ଡୁକୁରିଙ୍କ ପିଠରୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି ଏହା ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ହିରେନ୍ଦ୍ର ପ୍ରତାପ ସିଂଦେଓ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ନୀଳମାଧବ ସିଂଦେଓ, ସଂମ୍ମାନିତ ଅତିଥି ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ, ସମ୍ମାନିତ ଅତିଥି ଜୟଦେବ ତାରିଣୀ ଏସଏଇ ମ.ରାମପୁର ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ମଶାଲ ଯାତ୍ରାକୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ନେତୃତ୍ୱ କରୁଥିବା ବେଲେ ଜାତୀୟ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ଅମର ସିଂ ଭୋଇ, ସୁଶୀଲ ପଧାନ, କର୍ଲାମୁଣ୍ଡା ବ୍ଲକ କଳାରୁଦ୍ର ଯୁବକ ସଂଘ ହଜାରୀପଡା କୁସୁର୍ଲାର ସଭ୍ୟ ତୁଷ୍ମନ୍ତ ସାହୁ, ଜଗବଳିଆ ଯୁବକ ସଂଘ ସଭ୍ୟ ନରେନ୍ଦ୍ର ପାତ୍ର, ଜିତେନ୍ଦ୍ର ପୁଟ, ଗୋପବନ୍ଧୁ ଯୁବକ ସଂଘ ଉର୍ଲାଦାନୀ ସଭାପତି ଚନ୍ଦନ ଜେନା, ଅନୀଲ କୁମାର ପରାସେଠ ଏବଂ ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.