ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ କ୍ରୀଡା ମହୋତ୍ସବ ‘ଉଣ୍ଡକାଇ’ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର କ୍ରୀଡା ଉତ୍ସବ ‘ଉଣ୍ଡକାଇ’ ପାଳିତ ହୋଇ ଯାଇଛି। ସୁସ୍ଥ ଭାରତର ଚିନ୍ତାଧାର ନେଇ ସ୍ଥାନୀୟ ରୟତ କଲୋନୀ ସ୍ଥିତ ଶିବ ମନ୍ଦିରରେ ପ୍ରଦୀପ ପ୍ରଜ୍ଵଳନ ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମଶାଲ ଯାତ୍ରା ଆରମ୍ଭ ହୋଇ ବିଦ୍ୟାଳୟ ପରିସରରେ ପହଞ୍ଚି ଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ରଥ, ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ତଥା ବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ କ୍ରୀଡା ମଶାଲକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀ ରଥ ପ୍ରଦୀପ ପ୍ରଜ୍ଵଳନ କରିବା ସହ ଜୀବନରେ କ୍ରୀଡ଼ାର ମହତ୍ତ୍ୱ ତଥା କ୍ରୀଡା କିପରି ଜୀବନ ଶୈଳୀକୁ ପ୍ରଭାବିତ କରିଥାଏ ଶିକ୍ଷର୍ଥୀ ମାନଙ୍କୁ ବୁଝାଇବା ସହ ଶ୍ରୀଯୁକ୍ତ ତ୍ରିପାଠୀ କ୍ରୀଡା ଶରୀର ଗଠନ ସହ ସୁସ୍ଥ ମାନସିକତା ଗଠନରେ ସହାୟକ ହୋଇଥାଏ ବୋଲି ମନ୍ତବ୍ୟ ଦେଇଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡା ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ ସହ ଶାରୀରିକ ଶିକ୍ଷା ମଧ୍ୟ ସେମାନଙ୍କ ଧ୍ୟେୟ ହେବା ଉଚିତ ବୋଲି ଉପଦେଶ ଦେଇଥିଲେ ।

Udyog Nursery
Udyogi Nursery

ଏହି କ୍ରୀଡା ମହୋତ୍ସବରେ ଟାଗୋର ହାଉସ ସର୍ବଶ୍ରେଷ୍ଠ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ଭାବା ହାଉସ ଦ୍ଵିତୀୟ ଓ ରାମାନୁଜମ ହାଉସ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିଲା । ଉକ୍ତ ଉତ୍ସବର ସଫଳ ରୂପାୟନ ପଛରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଛାତ୍ର ପରିଷଦର ସହଯୋଗ ନିରବିଛିନ୍ନ ଭାବରେ ରହିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.