କନ୍ଧାନ ଭାଷା ଗୌରବ ସମ୍ମାନରେ ସମ୍ମାନିତ ହେଲେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ଡ଼ଃ ଅଜିତ ବେହେରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ, ସାହିତ୍ୟିକ ତଥା ଅଧ୍ୟାପକ ଡ଼ଃ ଅଜିତ କୁମାର ବେହେରାଙ୍କୁ କୁଶୁର୍ଲା ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଭୀମା ମହୋତ୍ସବରେ ମର୍ଯ୍ୟାଦାଜନକ ‘କନ୍ଧାନ ଭାଷା ଗୌରବ ସମ୍ମାନ-୨୦୨୩’ ପ୍ରଦାନ କରାଯାଇଛି। ଡ଼ଃ ବେହେରା ଆଦିବାସୀଙ୍କ ଲୁପ୍ତପ୍ରାୟ କନ୍ଧାନ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଦୀର୍ଘ ଦୁଇ ଦଶନ୍ଧି ଧରି ଗବେଷଣା କରିଛନ୍ତି। ସେ ଲୋକଦେବତା ଉପରେ ପି.ଏଚ୍.ଡି. ଓ କନ୍ଧ ସଂସ୍କୃତି ଉପରେ ଗବେଷଣା କରି ଡି.ଲିଟ୍ ଡିଗ୍ରୀ ସହିତ ଭାରତ ସରକାରଙ୍କ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରୁ ଜୁନିଅର ଫେଲୋସିପ ପାଇଛନ୍ତି। ତାଙ୍କର କବିତା ସଙ୍କଳନ ‘ତୁମେ’ ଓ ‘କଳାହାଣ୍ଡିର ଲୋକବିଶ୍ୱାସ’ ଗବେଷଣାମୂଳକ ପୁସ୍ତକ ପ୍ରକାଶିତ ହୋଇଛି। ଡକ୍ଟର ବେହେରା ସଂପ୍ରତି କଶୃପଡା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ। କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଭୀମା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଅତିଥି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳ ସଚିବ ଡକ୍ଟର ନୃପରାଜ ସାହୁ, ବିଶିଷ୍ଟ ଲୋକକବି ଡ଼ଃ ଘାସିରାମ ମିଶ୍ର, ସମାରୋହର ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଶୈଲେନ୍ଦ୍ର ଆଚାର୍ଯ୍ୟ, ଭୀମା ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ମେଦିନୀଧର ଜାନୀ ପ୍ରମୁଖ ଉପସ୍ଥିତ ରହି ଡ଼ଃ ଅଜିତ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.