ଦିନିକିଆ କ୍ରିକେଟରେ ଭାରତର ବଡ଼ ବିଜୟ, ୩୧୭ ରନରେ ହାରିଲା ଶ୍ରୀଲଙ୍କା

ଓଡ଼ିଆ ବାର୍ତ୍ତା/ ଥିରୁଅନନ୍ତପୁରମ: ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୩-୦ରେ ଜିତି ନେଇଛି । ଏଥିସହ ଦିନିକିଆ କ୍ରିକେଟ୍ ଇତିହାସରେ ଭାରତ ସବୁଠୁ ବଡ଼଼ ବିଜୟ ହାସଲ କରିଛି । ୩୧୭ ରନରେ ତୃତୀୟ ଦିନିକିଆ ଜିତିଛି ଭାରତ । ବିରାଟ କୋହଲି ଅପରାଜିତ ୧୬୬ ରନର ପାଳି ଖେଳିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ଶ୍ରୀଲଙ୍କାକୁ ୩୯୧ ରନର ଟାର୍ଗେଟ୍ ଦେଇଥିଲା । ଭ୍ରମଣକାରୀ ଶ୍ରୀଲଙ୍କା ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ପକ୍ଷରୁ ମାତ୍ର ୩ ଜଣ ଖେଳାଳି ୨ ଅଙ୍କ ସ୍କୋର କରିଥିବା ବେଳେ କାହାର ବ୍ୟକ୍ତିଗତ ସ୍କୋର ୨୦ ଟପି ନଥିଲା । ନୁୱାନିନ୍ଦୁ ଫେର୍ଣ୍ଣାଣ୍ଡୋ ସର୍ବାଧିକ ୧୯ ରନ୍ କରିଥିଲେ । ୨୨ ଓଭରରେ ୭୩ ରନ୍ କରି ଶ୍ରୀଲଙ୍କା ଅଲଆଉଟ୍ ହୋଇଛି । ଭାରତ ପକ୍ଷରୁ ଶୁଭମିନ ଗିଲ୍ ୧୧୬ ରନ୍ କରିଥିବା ବେଳେ ବିରାଟ କୋହଲି ୧୬୬ ରନର ଅପରାଜିତ ପାଳି ଖେଳିଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସିରଜ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଓ କୁଲଦୀପ ଯାଦବ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି । ବିରାଟ କୋହିଲ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ଘୋଷିତ ହୋଇଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.