ମନୋଜ ଷଢଙ୍ଗୀ ପାଇଲେ ଭୀମା ସାମ୍ବାଦିକ କୌମଦୀ ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଭୀମା ମହୋତ୍ସବରେ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ ‘ଭୀମା ସାମ୍ବାଦିକ କୌମଦୀ ସମ୍ମାନ-୨୦୨୩’ରେ ସମ୍ମାନୀତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ଷଢଙ୍ଗୀ ଏକାଧାରରେ ଜଣେ ସାହିତ୍ୟିକ, ପ୍ରବଚକ, ସମାଜସେବୀ, କର୍ମକାଣ୍ଡବିତ, ସମାଲୋଚକ, ସମାଜ ସଂସ୍କାରକ ତଥା ପତ୍ରକାର। ବିଭିନ୍ନ କ୍ଷେତ୍ରରେ ସମାଜକୁ ତାଙ୍କର ସେବା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୁଶୁର୍ଲା ମକରମେଳାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଭୀମା ମହୋତ୍ସବରେ ତାଙ୍କୁ ମାନପତ୍ର ଓ ଉପଢୌକନ ସହ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ବୈଦ୍ୟରାଜ ପବିତ୍ର ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନର୍ଲା ବିଧାୟକ ବଳଭଦ୍ର ମାଝୀ, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୁଳସଚୀବ ଡ଼ଃ. ନୃପରାଜ ସାହୁ, ଆଦିବାସୀ ସଂସ୍କୃତିର ଗବେଷକ ଡ଼ଃ. ଘାସିରାମ ମିଶ୍ର, ନୀଳମାଧବ ସିଂଦେଓ, ସଂଜୀବ ନାଏକ, ସମ୍ପାଦନା ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଧରନୀ ଦୈବୀପୀଠରୁ ମଶାଲ ଯାତ୍ରା ବାହାରି ନଗର ପରିକ୍ରମା କରି ମଞ୍ଚକୁ ପହଞ୍ଚିଥିଲା। ଏହାପରେ ଦିବଂଗତ ଆଦିବାସୀ ମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ବିବରଣୀ ପଠନ କରିଥିଲେ ଭୀମା ପତ୍ରିକାର ପ୍ରତିଷ୍ଠାତା ତଥା ମୁଖ୍ୟ ସଂପାଦକ ମେଦିନୀଧର ଜାନୀ। ସମାରୋହରେ ଅନେକ ଆଦିବାସୀ ନୃତ୍ୟ ସଂଗୀତ ପରିବେଷିତ ହୋଇଥିଲା। ଏହି ଅବସରରେ ଆଦିବାସୀ ସଂସ୍କୃତିର ବାର୍ତ୍ତାବହ ବାର୍ଷିକ ଭୀମା ପତ୍ରିକା ଅତିଥିମାନଙ୍କ କରକମଳରେ ପାଠକାର୍ପିତ ହୋଇଥିଲା। ଉକ୍ତ ବର୍ଣ୍ଣାଢ଼୍ୟ ସମାରୋହରେ ସାମ୍ବାଦିକ ମନୋଜ କୁମାର ଷଡ଼ଙ୍ଗୀ ମର୍ଯ୍ୟାଦାଜନକ ଭୀମା ସାମ୍ବାଦିକ କୌମଦୀ ସମ୍ମାନରେ ସମ୍ମାନିତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.