ପ୍ରଜ୍ଞା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ: ୩-୦ ଗୋଲରେ ବିଜୟୀ ହୋଇ ଫାଇନାଲକୁ ଉତୀର୍ଣ୍ଣ ହେଲା ବଲାଙ୍ଗିର ଦଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଗତ ଜାନୁଆରୀ ୧୩ରୁ ଚାଲି ଆସୁଥିବା ପ୍ରଜ୍ଞା ମେରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ପ୍ରଥମ ସେମିଫାଇନାରେ ଭବାନୀପାଟଣା ସିନିୟର ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗୀର ଜୁନିୟର ସ୍ପୋର୍ଟସ ହଷ୍ଟେଲ ଟିମ ସହ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଭବାନୀପାଟଣା ସ୍ପୋର୍ଟସ ହଷ୍ଟେଲ ଖେଳର ପ୍ରଥମାର୍ଦ୍ଧ ରେ ଗୋଟିଏ ଗୋଲ ଦେଇଥିଲା ଏହାର ଜବାବରେ ଖେଳର ଦ୍ୱିତୀୟର୍ଦ୍ଧରେ ଗୋଟିଏ ଗୋଲ ଦେଇ ସ୍ଥିତିକୁ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ସନ୍ତୁଳିତ କରିଥିଲା । ଦୁଇଦଳ ଡ୍ର ସ୍ଥିତିରେ ରହିବାରୁ ଟ୍ରାଇ ବ୍ରେକର ମାଧ୍ୟମରେ ବଲାଙ୍ଗୀର ୩-୦ ରେ ବିଜୟଲାଭ କରି ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜିର ପ୍ରଥମ ସେମିଫାଇନାଲ ଖେଳ ଦିନ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ହାଇସ୍କୁଲର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ନିର୍ମଳ ନାଏକ, ଆୟୋଜକ ଏସ୍କନ କ୍ଲବର ପ୍ରତିଷ୍ଠାତା ଉପସଭାପତି ଶିକ୍ଷାବିତ ତପନ କୁମାର ଭୋଇ, କ୍ରୀଡ଼ାପ୍ରେମୀ ତଥା ପେଷିଫିକ ଇଂଲିଶ ମେଡିୟମ ସ୍କୁଲର ଚେଆରମେନ, ଏସ୍କନ କ୍ଲବର ପ୍ରତିଷ୍ଠାତା ସମ୍ପାଦକ ପ୍ରଶାନ୍ତ ନାଏକ, କ୍ରୀଡ଼ାପ୍ରେମୀ ଯୁବ ଉଦ୍ୟୋକ୍ତା ବିମଲ କୁମାର କେଡ଼ିଆ ପ୍ରମୂଖ ଯୋଗଦାନ କରିଥିଲେ ।

Udyog Nursery
Udyogi Nursery

ଆନ୍ତର୍ଜାତିୟ ରେଫରୀ ନବୀନ ନାଏକ ମ୍ୟାଚ ପରିଚାଳନା କରିଥିବା ବେଳେ ପିଇଟି ସନ୍ତୋଷାନନ୍ଦ ନାଏକ ଓ ସୁରେଶ ନାଏକ ଲାଇନ ମ୍ୟାନ ଦାଇତ୍ୱ ତୁଲାଇଥିଲେ । ଆୟୋଜକ ଏସ୍କନ କ୍ଲବର ସମ୍ପାଦକ ସୁମନ୍ତ ପୁଝାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତ୍ରୀଲୋଚନ ଗଉଡ଼, ଦୀପୁ ପାତ୍ର, କିଶୋର ମାଝୀ, ପିଣ୍ଟୁ ନାଗ, ବଣ୍ଟୁ ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.