ନର୍ଲାରେ ନୂଆବର୍ଷର ହୁଡିଂକୁ ନେଇ ଆଲୋଚନା ସମାଲୋଚନା: ସ୍ଥାନୀୟ ପ୍ରାର୍ଥୀତ୍ୱ ପ୍ରସଙ୍ଗକୁ ଏଥର ଗୁରୁତ୍ୱ ଦିଆଯାଉ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନୂଆବର୍ଷ ଉପଲକ୍ଷେ ନର୍ଲାର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୁଡିଂକୁ ନେଇ ଆଲୋଚନା ସମାଲୋଚନା ଯୋର ଧରିଛି । ଆସନ୍ତା ୨୦୨୪ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ବିଧାୟକ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଏବେ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି । ନର୍ଲା ନିର୍ବାଚନ ମଣ୍ଡଳୀ ପୁନଃ ସିମା ନିର୍ଦ୍ଧାରଣ ପରେ ସଂରକ୍ଷିିତ ଆସନରୁ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ନର୍ଲା ନିର୍ବାଚନ ମଣ୍ଡଳୀ ୩୦ ବର୍ଷ ଆଗରୁ କଂଗ୍ରେସର ଗଡ ରହି ଆସିଥିଲା । ବିଜୁ ବାବୁଙ୍କ ଜନତା ଦଳ ସମୟରୁ ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ ନର୍ଲା ବିଧାନ ସଭା ଆସନରେ କୁଟିଆ କନ୍ଧ ପିଲା ବିଚକ୍ଷଣ ବଳଭଦ୍ର ମାଝୀ ଲଗାତାର ବିଜୟ ଲାଭ କରି ଆସୁଥିଲେ । ଏହାପରେ ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ବିଜେଡି ଗଠନ ହେବାପରେ ମଧ୍ୟ ବଳଭଦ୍ର ମାଝୀ ହିଁ ନର୍ଲା ନିର୍ବାଚନ ମଣ୍ଡଳୀକୁ ନିଜ କବ୍ଚାରେ ରଖିବାରେ ସକ୍ଷମ ହୋଇଥିଲା । ବିନାଶ କାଳେ ବିପରିତ ବୁଦ୍ଧି ସଦୃଶ ବଳଭଦ୍ର ମାଝୀ ନିଜ ଘର ଲାଞ୍ଜିଗଡକୁ ବିଧାନ ସଭା ଆସନ ପାଇଁ ଯୋର ଦେଇ ଏହାକୁ ଅନୁସୁଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ କରାଇଲେ । ହେଲେ ଲାଞ୍ଜିଗଡରେ ସଫଳ ହୋଇ ପାରିଲେନି ବଳଭଦ୍ର । ଦୂରଦୃଷ୍ଟି ଅଭାବ ଯୋଗୁଁ ଏବେ ବିଜେଡିରେ କୋଣଠେସା ହୋଇ ଦୁଃଖରେ କାଳାତିପାତ କରିବା ସହିତ ତ୍ରୀ-ଶଙ୍କୁ ଅବସ୍ଥାରେ ରହିଛନ୍ତି । ତାଙ୍କ ବହୁ ପଛରେ ଆସିଥିବା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ କାଟୁତି ଢେର ବେଶି ରହୁଛି ଦଳରେ । ଶୁଣାଯାଉଛି ବଳଭଦ୍ର ମାଝୀ ଏବେ ବିଜେପି ମୁହାଁ । ନର୍ଲା ବିଧାୟକ ଭାବରେ ଭୂପିନ୍ଦର ସିଂ ଶାସନ ଡୋରୀ ଧରିଥିବା ବେଳେ ଆସନ୍ତା ନିର୍ବାଚନରେ ତାଙ୍କ ପୁଅ ଦଲଜିତ ସିଂଙ୍କୁ ବିଧାୟକ କରେଇବା ପାଇଁ ଯୋରସୋର ପ୍ରସ୍ତୁତି ଚଲେଇଥିବା ଆଲୋଚନା ହେଉଛି । ଭୁପିନ୍ଦର ସିଂ କଂଗ୍ରେସରୁ ଟିକେଟ ପାଇ ୨୦୦୯ ରେ ନର୍ଲା ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଦୀର୍ଘଦିନ ପରେ ଭୁପିନ୍ଦର ସିଂଙ୍କ ଜରିଆରେ ନର୍ଲାକୁ କଂଗ୍ରେସ ପୁଣି ବ୍ୟାକ୍ କରିବାରେ ସଫଳ ହୋଇଥିଲା । ଭୁପିନ୍ଦର ସିଂ ସେତେବେଳେ ବିରୋଧି ଦଳ ନେତାର ଆସନ ମଧ୍ୟ ଅଳଙ୍କୃତ କରିଥିଲେ । ଏହାପରେ ନର୍ଲାର ବିଧାୟକ ଭାବରେ ବିଜେପି ଦଳର ପଳାୟନ ପନ୍ଥି ଧନେଶ୍ୱର ମାଝୀ ବିଜେଡି ବିଧାୟକ ଭାବରେ ନର୍ଲା ଶାସନ କ୍ଷମତା ହାତକୁ ନେଇଥିଲେ । ନବୀନ ସରକାର ଥାଇ ମଧ୍ୟ ନର୍ଲାରେ ସେ ବିଧାୟକ ରହିଥିବା ସମୟ ତକ ହିଁ ନର୍ଲାର ବିକାଶ ହୋଇପାରିନଥିବା ଆଲୋଚନା ହୁଏ । ଏହାକୁ ନର୍ଲାର ଅନ୍ଧାରୀ ସମୟ ବୋଲି ମଧ୍ୟ କୁହାଯାଏ । ଇତି ମଧ୍ୟରେ ଧିରେ ଧିରେ ହାଇ ଭୋଲଟେଜ କ୍ଷମତା ସମ୍ପନ୍ନ ବଳଭଦ୍ର ବିଜେଡି ମାନଚିତ୍ରରୁ ଲିଭିଗଲେ । ହେଲେ ଏସବୁକୁ ଯଦି ଲକ୍ଷ୍ୟ କରାଯାଏ ତାହେଲେ ସେତେବେଳର ନର୍ଲା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବ୍ୟକ୍ତି ଭାବରେ ବଳଭଦ୍ର ଓ ତାଙ୍କ ପୂର୍ବରୁ କଂଗ୍ରେସର କୁମରମଣି ଶବର ହିଁ ରହିଥିଲେ । ଏହାପରେ ନର୍ଲା ନିର୍ବାଚନ ମଣ୍ଡଳୀର ଦାଇତ୍ୱଭାର ସ୍ଥାନୀୟ ପ୍ରାର୍ଥୀଙ୍କ ହାତରୁଖସି ଯାଇଛି । ଗତ ୨୦୦୯ ରୁ ନର୍ଲା ବିଧାୟକ ପଦବୀ ପାଇଁ ସ୍ଥାନୀୟ ପ୍ରାର୍ଥୀତ୍ୱ ପ୍ରସଙ୍ଗକୁ ତିନି ପ୍ରମୁଖ ଦଳ ଗୁରୁତ୍ୱ ଦିଅନ୍ତୁ ବୋଲି ଦାବୀ ହୋଇ ଆସୁଥିଲେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କ ଦାବୀକୁ ବିଜେଡି, ବିଜେପି କିମ୍ବା କଂଗ୍ରେସ ଦଳ ଗୁରୁତ୍ୱ ଦେଇନାହିଁ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ବେଳେ ସ୍ଥାନୀୟ ପ୍ରାର୍ଥୀତ୍ୱ ପ୍ରସଙ୍ଗକୁ ଗୁରୁତ୍ୱ ଦେବାପାଇଁ ତିନି ପ୍ରମୁଖ ଦଳର କର୍ମୀ ମାନଙ୍କ ଯୋରଦାର ଦାବୀ ରହିବ ବୋଲି ଜଣାପଡୁଛି । ହେଲେ ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏବେ ବିଭିନ୍ନ ଦଳର ନର୍ଲା ବିଧାୟକ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ମାନଙ୍କ ନର୍ଲା ବ୍ଲକ, ଥାନା ଓ ବିଭିନ୍ନ ଛକ ଗୁଡିକରେ ନବ ବର୍ଷର ଶୁଭେଚ୍ଛା ବାର୍ତ୍ତା ନେଇ ଲାଗିଥିବା ବଡ ବଡ ହୁଡିଂକୁ ନେଇ ଆଲୋଚନା ସହ ସମାଲୋଚନା ହେଉଥିବା ମଧ୍ୟ ଶୁଣିବାକୁ ମିଳୁଛି । ଏଥିରେ ସେ ବ୍ୟକ୍ତି ଜଣକ ଯେଉଁ ଦଳର ଓ ଯେ କେହି ବି ହୋଇ ଥାଆନ୍ତୁ ନା କାହିଁକି, ସ୍ଥାନୀୟ ପ୍ରାର୍ଥୀଙ୍କୁ ସ୍ୱାଗତ କରାଯିବ ଓ ବାହ୍ୟ ଆଗନ୍ତୁକ ବ୍ୟକ୍ତିଙ୍କ ପ୍ରାର୍ଥୀତ୍ବକୁ ନର୍ଲା ଜନସାଧାରଣ କଡାକଡି ଜବାବ ଦେବେ ବୋଲି ଆଲୋଚନା ହେଉଥିବା ଜାଣିବାକୁ ମିଳୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.