ଜନଜାତିଙ୍କ କଳା ସଂସ୍କୃତିକୁ ଉଦଜୀବିତ କରୁଛି ଚଇତି -ମନ୍ତ୍ରୀ ଜଗନ୍ନାଥ ସାରକା

• କଳା, ସାହିତ୍ୟ ଓ ସଂସ୍କୃତିର ବର୍ଣ୍ଣାଢ୍ୟ ଉତ୍ସବ ଚଇତି 

• ଦୁଲୁକୁଛି ଚଇତି ମଂଚ

• ଚଇତି ଶୋଭାଯାତ୍ରାରେ ନାଚିଲେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜନ ପ୍ରତିନିଧି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର କଳା ସଂସ୍କୃତିର ପୁରୋଧା ତଥା ଅମୃତର ସନ୍ତାନ ଡଙ୍ଗରିଆ କନ୍ଧ, ଲାଂଜିଆ ସଉରା, ପରଜା ଇତ୍ୟାଦି ଜନଜାତିମାନଙ୍କର କଳା, ସଂସ୍କୃତି ଓ ପରମ୍ପରାକୁ ଲୋକ ସମାଜରେ ପରିଚିତ କରାଇବା ତଥା ଉଦଜୀବିତ କରି ରଖିବାରେ ଚଇତି ଏକ ଅନ୍ୟନ୍ୟ ମଂଚ ସୃଷ୍ଟି କରିପାରିଛି । ଦଶନ୍ଧି ଦଶନ୍ଧି ଧରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଚଇତି ମହୋତ୍ସବ ଜରିଆରେ ଜିଲ୍ଳାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଛି ବୋଲି କହିବା ସହ ଜିଲ୍ଳା ପ୍ରଶାସନ ଓ ଜିଲ୍ଳାବାସୀ ମିଳିତ ଭାବେ ଏହି ପ୍ରୟାସକୁ କରୁଥିବାରୁ ଉଭୟଙ୍କୁ ଚଇତି ମହୋତ୍ସବର ଉଦଘାଟନୀ ଉତ୍ସବର ଚଇତି ମଂଚରେ ଭୂୟସୀ ପ୍ରଶଂସା କରିଥିଲେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା । ଏଥିସହ ଚଇତି ମଂଚରେ ସାଂସ୍କୃତିକ ଉତ୍ସବରେ ରାଜ୍ୟସ୍ତରର ଲୋକନୃତ୍ୟ, ଲୋକ କଳା ତଥା ଲୋକ ସଂଗୀତ ସମତେ ଜାତୀୟ ସ୍ତରର ବହୁ କଳାକାର ଓ ଶିଳ୍ପୀ ନିଜ ନିଜର କଳା ନୈପୁଣ୍ୟ ଚଇତି ମଂଚରେ ପ୍ରଦର୍ଶନ କରିଥିବା ବେଳେ ମନ୍ତ୍ରୀ ଶ୍ରୀ ସାରକାଙ୍କ ସମେତ ନିମନ୍ତ୍ରଣ ଅନ୍ୟ ଅତିଥିମାନେ ଏହାକୁ ବେଶ୍ ଉପଭୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ଜିଲ୍ଳାପାଳ ତଥା ଜିଲ୍ଳା ସଂସ୍କୃତି ପରିଷଦ ଅଧ୍ୟକ୍ଷା ସ୍ୱଧାଦେବ ସିଂଙ୍କ ପୈାରହିତ୍ୟରେ ଅନୁଷ୍ଠିତ ରାୟଗଡା ଜିଲ୍ଳାର କଳା ଓ ସଂସ୍କୃତିର ମହାକୁମ୍ଭ ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା-୨୦୨୨’ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ମହାଆଡମ୍ବରରେ ଆରମ୍ଭ ହୋଇଯାଇଛି । ଜାନୁଆରୀ ୧୮ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବାକୁ ଥିବା ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା ଉଦଘାଟନୀ ଉତ୍ସବର ପ୍ରଥମ ଦିନରେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାଶ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝିଙ୍କ ସମେତ ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ପଦ୍ମପୁର ବ୍ଳକ ଅଧ୍ୟକ୍ଷା  ମଣିମାଳା ଶବର, ମୁନିଗୁଡା ବ୍ଳକ ଅଧ୍ୟକ୍ଷା ଦଃଖିନୀ ନୃଣ୍ଡୃକା ଏବଂ ରାୟଗଡା ପୈାରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ଉପସ୍ଥିତ ରହି ଜିଲ୍ଳାର କଳା, ସଂସ୍ଖୃତି ଓ ପରମ୍ପରାକୁ ଉଦଜୀବିତ କରି ରଖିବା ଏବଂ ଜିଲ୍ଳାକୁ ଅଗ୍ରୀଣ ଜିଲ୍ଳାରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକ ରହିଛି ବୋଲି କହିଥିଲେ ।

Udyog Nursery
Udyogi Nursery

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା, ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଳାପାଳ ଭୀମଶେନ୍ ଶବରଙ୍କ ସମେତ ଅନ୍ୟ ଜିଲ୍ଳା ଓ ବ୍ଳକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଚଇତିର ପ୍ରଥମ ରଜନୀରେ ‘ଚଇତାଳି-୨୦୨୨’ ପୁସ୍ତିକାକୁ ଉନ୍ମୋଚନ କରାଯାଇଥିବା ବେଳେ ଜିଲ୍ଳାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ କରିଥିବା ଡ.ଶ୍ୟାମ କୁମାର ମସକପାଲି, କ୍ରୀଷ୍ଣାପ୍ରିୟା ଶାହାଣୀ, ରାଜଲକ୍ଷ୍ମୀ ଦେବୀ, ଦ୍ୱିତୀଚନ୍ଦ୍ର ସାହୁ, ଆଶୁତୋଷ ପାତ୍ର, ରୂପାଲି ଜାକାକା, ରମେଶ ଚନ୍ଦ୍ର ଲିମା ଏବଂ ଅରପିତ୍ ମହାପାତ୍ର ଭଳି ପ୍ରଶଂସନୀୟ ୮ଜଣ ବ୍ୟକ୍ତିବିଶେଷଙ୍କୁ ଚଇତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଚଇତି ମଂଚର ସାଂସ୍କୃତିକ ଉତ୍ସବରେ ପ୍ରାରମ୍ଭିକ ସଂଗୀତ ଗାନ ପରେ ଭୁବନେଶ୍ୱର କଳା କେନ୍ଦ୍ର ଦ୍ୱାରା ଓଡଶୀ ନୃତ୍ୟ, ଲାଂଜିଆ ସଉରା ନୃତ୍ୟ, ପାର୍ସାଲିର ଡଙ୍ଗରିଆ କନ୍ଧ ନୃତ୍ୟ, ଆନ୍ଧ୍ର ପ୍ରଦେଶ ଗ୍ରୀନ୍ ୟୁଥ୍ ବିଗ୍ରେଡର ଲମ୍ବାଡି ଓ ମଥୁରୀ ନୃତ୍ୟ, ରାଜସ୍ଥାନୀ ଫୋକ୍ ନୃତ୍ୟ, ଦୁରୁଆ ଢେମସା ନୃତ୍ୟ, ଘୁମୁରା, ଆଦିବାସୀ ନୃତ୍ୟ ସହ ୪ର୍ଥ ବାଟାଲିୟନ ସିଆରପିଏଫ ଯବାନଙ୍କ ଦ୍ୱାରା ଭାଙ୍ଗଡା ନୃତ୍ୟ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଚଇତି ମଂଚ ଦୁଲୁକି ଥିବା ବେଳେ ହଜାର ହଜାର ସଂଖ୍ୟକ ଲୋକେ ଏହାକୁ ମନଭରି ଉପଭୋଗ କରିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ମଂଚ ସଂଯୋଜନା କରିଥିଲେ ।

ଘୋଷକ ଶୁଭମ୍ ଓ ଉଦଘୋଷିକା ବିଦିଶା ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଳା ସଂସ୍ଖୃତି ଅଧିକାରୀ ସୁଶ୍ମିତା ବାଉରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅପରାହ୍ନରେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ମାଁଙ୍କ ଠାରୁ ଆଞାମାଳ ନେଇ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ୫ହଜାରରୁ ଉର୍ଦ୍ଧ କଳା ସଂସ୍କୃତି ପ୍ରେମୀ ସାମିଲ ହୋଇଥିବା ବେଳେ ଶୋଭାଯାତ୍ରାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ଜନ ପ୍ରତିନିଧିମାନେ ସମସ୍ତଙ୍କ ଗହଣରେ ନାଚଗୀତରେ ସାମିଲ ହୋଇ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପଡିଆ ଠାରେ ଅନୁଷ୍ଠିତ ଚଇତି ମଂଚରେ ପଂହଚିଥିଲେ । ଜିଲ୍ଳା ଏସ.ପି. ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୯ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.