ରାୟଗଡା ବ୍ୟାଙ୍କ କଲୋନୀରେ ବଡ ଧରଣର ଚୋରି

ନଗଦ ୯ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରିନେଲେ ଦୁର୍ବୁତ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡା ସହର ସ୍ଥିତ ବ୍ୟାଙ୍କ କଲୋନୀ ପ୍ରଥମ ସାହିରେ ରହୁଥିବା କେନ୍ତାଲି ସାଇ ଶ୍ରୀନିବାସ ରାଓଙ୍କ ଘରେ ବଡ଼ ଧରଣର ଚୋରି ହୋଇଛି। ତାଲା ପଡି ଥିବା ଘରେ କେହି ନ ଥିବାର ସୁଯୋଗ ନେଇ ନଗଦ ୯ ଲକ୍ଷ ଟଙ୍କା ସହିତ ୭ ଶହ ୮୦ ଗ୍ରାମ ସୁନା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଏ ନେଇ ରାୟଗଡା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ, ସାଇଣ୍ଟିଫିକ ଟିମ ଓ ଡଗସ୍କାର୍ଡ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଗତ ତିନି ଦିନ ହେବ ଘରର ସମସ୍ତ ସଦସ୍ୟ ଘରେ ତାଲା ପକାଇ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଫଳରେ ଏହାର ସୂଯୋଗ ନେଇ ଘର କବାଟ ଭାଙ୍ଗି ୬ ଟି ଆଲମୀରାକୁ ତାଡି ସବୁ କିଛି ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଏତଲାରେ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ଚୋରି ହୋଇଥିବା ଉଲ୍ଲେଖ ଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.