ହକି ବିଶ୍ୱକପ : ଫ୍ରାନ୍ସକୁ ହରାଇ କ୍ୱାର୍ଟରରେ ଜର୍ମାନୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ହକି ବିଶ୍ୱକପ କ୍ରସଓଭର ମ୍ୟାଚରେ ଜର୍ମାନୀ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଜର୍ମାନୀ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା । ଫ୍ରାନ୍ସ ବହୁ କଷ୍ଟରେ ଗୋଟିଏ ଗୋଲ କରିବାକୁ ସକ୍ଷମ ହୋଇଥିଲା । ଜର୍ମାନୀ ପକ୍ଷରୁ ମାର୍କୋ ମିଲଟାକୁ (୧୪ତମ), ନିକୋଲସ ୱେଲେନ(୧୮ତମ), ମ୍ୟାଟ୍ସ ଗ୍ରାମବୁଶଚ(୨୩ତମ), ମୋର୍ଟିଜ ଟ୍ରେମ୍ପପେର୍ଟଜ(୨୪ତମ), ଗୋଞ୍ଜାଲୋ ପେଇଲେଟ (୫୯ତମ) ଗୋଲ ସ୍କୋର କରିଥିଲେ । ସେହିପରି ୫୭ତମ ମିନିଟରେ ଫାନକୋଇସ ଗୋୟେଟ ଫ୍ରାନ୍ସ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ମ୍ୟାଚର ୨୪ ମିନିଟ ମଧ୍ୟରେ ଜର୍ମାନୀ ୪ଟି ଗୋଲ ସ୍କୋର କରି ଫ୍ରାନ୍ସକୁ ଚାପରେ ପକାଇ ଦେଇଥିଲେ । ଜର୍ମାନୀ ବୁଧବାର ହେବାକୁ ଥିବା କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ଭେଟିବ । ସୂଚନାଯୋଗ୍ୟ, ଘରୋଇ ପରିବେଶରେ ଭାରତ ସଡନ ଡେଥରେ ନ୍ୟୁଜିଲାଣ୍ଡଠାରୁ ହାରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.