ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ମହାନଦୀ ଯୁବ ସଙ୍ଗଠନ ତରଫରୁ ସୋନପୁର ଇ-ମୋଡେଲ ପବ୍ଲିକ ସ୍କୁଲ ପରିସରରେ ପରିବେଶ ସୁରକ୍ଷା ଅଭିଯାନ ଉପରେ ପର୍ଯ୍ୟବେସିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ପ୍ରତିଷ୍ଠାତା କ୍ଷିର ସାଗର ବିଭାରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଆଇନଜିବୀ ଅଦୈତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ହୃଷିକେଶ ଦେହେରୀ ମଞ୍ଚାସୀନ ଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ପଲିଥିନ ମୁକ୍ତ କାର୍ଯ୍ୟ ପାଇଁ ବୀର ସଂଗ୍ରାମ କେଶରୀ ନାଇକ, ଅଂଶ ପାଢ଼ୀ, ରୁବୁଲ ଶଙ୍ଖୁଆ, ଆରାଧ୍ୟା ନାଇକ, ବିଦୁସ୍ମିତା ପଧାନ ଆଦି ପାଞ୍ଚ ଜଣ ଶିକ୍ଷର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କରୁଣାକର ଖୁରା, ପ୍ରିୟଙ୍କା ବିଭାର, ପ୍ରତାପ କୁମ୍ଭାର, ସଂଗୀତା ରଣା, ସଂଜିତ ଭୋଇ, ରୋହିତ ସାହୁ, ଶିବୁ ଥପାଙ୍କ ସହ ଅନେକ ସ୍ଵେଛାସେବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.