ପାକିସ୍ତାନ ପରେ ଏ ଦେଶର ଆର୍ଥିକ ସ୍ଥିତି ଏବେ ସଙ୍କଟରେ, କିଣୁଛନ୍ତି ଅଧକିଲୋ ଚାଉଳ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପାକିସ୍ତାନ ପରେ ଆଉ ଏକ ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି । ଏଠାରେ ଖାଦ୍ୟାଭାବର ସାଂଘାତିକ ଅଭାବ ଦେଖା ଦେଇଛି । ମଧ୍ୟ-ପୂର୍ବର ସବୁଠାରୁ ଅଧିକ ଜନବହୁଳ ଦେଶ ମିଶର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଖାଦ୍ୟ-ପାନୀୟ କିଣିବା ପାଇଁ ଲୋକଙ୍କ ପାଖରେ ସମ୍ବଳର ଅଭାବ । ଚାକିରିଆମାନଙ୍କ ଦରମା ଅଧା ହୋଇଯାଇଛି । ଏପରିକି ବ୍ୟାଙ୍କରେ ଜମା କରିଥିବା ଟଙ୍କା ବି ଲୋକେ ଉଠାଇ ପାରୁନାହାନ୍ତି । କାରଣ ଟଙ୍କା ଉଠାଣ ଉପରେ ସରକାର କଟକଣା ଜାରି କରିଛନ୍ତି । ଦେଶରେ ପାଉଣ୍ଡର ସାଂଘାତିକ ମୂଲ୍ୟ ହ୍ରାସ ଯୋଗୁ ଦରଦାମ ଆକାଶଛୁଆଁ ହୋଇଛି । କାହିରାର ଶୌବରାରେ ରହୁଥିବା ୪୦ ବର୍ଷୀୟ ଜଣେ ଆକାଉଣ୍ଟାଣ୍ଟ ଅହମ୍ମଦ ହସନ ଏକ ୱେବସାଇଟକୁ ସୂଚନା ଦେଇ କହିଛନ୍ତି, ‘ତାଙ୍କର ୩ ସନ୍ତାନଙ୍କୁ ନେଇ ପରିବାର । ହେଲେ ଦରଦାମ ଏତେ ବଢି ଯାଇଛି ଯେ, ସେମାନଙ୍କ ଲାଳନପାଳନ ମୁସ୍କିଲ ହୋଇପଡ଼ିଛି । ଯେତେବେଳେ ଆମେ ଖାଦ୍ୟ କିଣିବାକୁ ଯାଉଛୁ କିଣିବା ସମୟରେ ତିନି କିଲୋ ଚାଉଳ ପରିବର୍ତ୍ତେ କେବଳ ଏକ କିଲ ବା ଅଧକିଲ ଚାଉଳ କିଣୁଛୁ । ଆମର ଖର୍ଚ୍ଚ କାଟ କରିବାକୁ ଚେଷ୍ଟା କରଛୁ । ହେଲେ କେତେ ଖର୍ଚ୍ଚକାଟ କରିବୁ ? କେଉଁ ଜିନିଷକୁ ବାଦ ଦେଲେ ବଞ୍ଚିପାରିବୁ ଜାଣିପାରୁନୁ । କାରଣ ପିଲାମାନଙ୍କର ତ ଅନେକ ଜିନିଷର ଜରୁରୀ ଆବଶ୍ୟକତା ରହିଛି ।’ ଅକ୍ଟୋବର ୨୦୨୨ ଶେଷ ସୁଦ୍ଧା ମିଶରର ମୁଦ୍ରାର ମୂଲ୍ୟ ପାଖାପାଖି ଏକ ତୃତୀୟାଂଶ  ହ୍ରାସ ପାଇଛି । ଏବେ ଦେଶରେ ମୁଦ୍ରାସ୍ଫିତି ୨୦ ପ୍ରତିଶତରୁ ଅଧିକ ରହିଛି  । ଅର୍ଥନୀତିଜ୍ଞଙ୍କ କହିବା ଅନୁଯାୟୀ, ସ୍ଥିତି ନିୟନ୍ତ୍ରଣରୁ ବାହାରକୁ ଚାଲି ଯାଉଛି । ତୁରନ୍ତ ପଦକ୍ଷେପ ନ ନେଲେ ମୁଦ୍ରାସ୍ପୀତି ୧୦୧ ପ୍ରତିଶତ ହୋଇପାରେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.