ରାଙ୍କିଂ ଲିଷ୍ଟର ଶୀର୍ଷରେ ଟିମ୍ ଇଣ୍ଡିଆ

ଓଡ଼ିଆ ବାର୍ତ୍ତା/ ଇନ୍ଦୋର: ୯୦ ରନରେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚକୁ ଜିତିବା ସହ ୩ ଟିକିଆ ଦିନିକିଆ ମ୍ୟାଚ୍ ସିରିଜକୁ କ୍ଲିନ୍ ସୁଇପ୍ କରିଛି । ବିଜୟ ସହ ଭାରତ ଦିନିକିଆ ଫର୍ମାଟରେ ଇଂଲଣ୍ଡକୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ଟିମ୍ ଭାବେ ଆଇସିସି ରାଙ୍କିରେ ସ୍ଥାନ ପାଇଛି । ଆଜିର ମ୍ୟାଚରେ ରୋହିତ ଶର୍ମା ୮୫ ବଲରେ ୧୦୧ ରନ୍ ଏବଂ ଶୁବମନ ଗିଲ୍ ୭୮ ବଲରେ ୧୧୨ ରନର ଶତକୀୟ ପାଳି ଖେଳିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୮୫ ରନ୍ କରିଥିଲା । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ୨୯୫ ରନରେ ସମସ୍ତ ୱିକେଟ୍ ହରାଇଥିଲା । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ୟୁଯବେନ୍ଦ୍ର ଚହଲ ୨ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ଉର୍ମନ ମଲିକ ଗୋଟିଏ ଲେଖାଏ ସଫଳତା ପାଇଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.