କନ୍ଧମାଳ ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ମିଳୁନି ସୁଯୋଗ: ନିରପେକ୍ଷ ତଦନ୍ତ ପାଇଁ ଦାବୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଲୋକ କଳା ତଥା ଲୋକ ସଂଗୀତର ପ୍ରଚାର ପ୍ରସାର ଦିଗରେ ଅହରହ ସଂଗ୍ରାମ କରି ରାଜ୍ୟ ତଥା ଦେଶରେ ବିଭିନ୍ନ ମଞ୍ଚ ଓ ସିନେମାରେ ନିଜର କଳା ନୈପୁଣ ପ୍ରଦର୍ଶନ କରି ଜ଼ିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବା ବିଭିନ୍ନ କଳା ସଂଗଠନ ଏବଂ କଳାକାରଙ୍କୁ ନିଜ ଜ଼ିଲ୍ଲାରେ ସ୍ଥାନ ମିଳିନଥିବାରୁ ଲୋକ କଳାକାର ତଥା ସିନେମା ଅଭିନେତା ଜଳନ୍ଧର ବେହେରା ଏବଂ ଏନଏସଡ଼ିଆନ ତଥା ବଲିଉଡ ଅଭିନେତା ଯଦୁ ନନ୍ଦନ ବେହେରା ଦୁଃଖ ପ୍ରକାଶ କରିଛନ୍ତି । ଏହି ଦୁଇ ବରିଷ୍ଠ କଳାକାରଙ୍କୁ କେବେ ମଧ୍ୟ ଜ଼ିଲ୍ଲା ପ୍ରଶାସନ ସମ୍ମାନିତ କରିନାହିଁ । ଯାହା ଏବେଠୁ ସମଗ୍ର ଜ଼ିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରେ ଚର୍ଚ୍ଚା ଆରମ୍ଭ ହେଲାଣି । ଜ଼ିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ ତଥା ଏହିଭଳି ଆକ୍ରୋଶ ମୂଳକ ଭାବ ରଖି ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦେଉ ନଥିବା ଅଭିଯୋଗ ହେଉଛି ।

ବରିଷ୍ଠ କଳାକାର ଜଳନ୍ଧର ବେହେରା କହିଛନ୍ତି ଯେ ମହୋତ୍ସବରେ କିଛି ଅଣ କଳାକାର ପ୍ରବେଶ କରି ମନମୁଖି ଶାସନ କରୁଛନ୍ତି । ଏହି କିଛି ଅଣ କଳାକାର ବ୍ୟକ୍ତିଙ୍କ ମନମୁଖୀ ଶାସନରେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ପରିଚାଳିତ ହେଉଛନ୍ତି । ଯାହା ଦ୍ଵାରା କି ପ୍ରକୃତ କଳାକାରଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ । ସ୍ଥାନୀୟ କଳାକାର ଜ଼ିଲ୍ଲା ବାହାରେ କନ୍ଧମାଳର ଆଦିବାସୀ ନୃତ୍ୟକୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂଶିତ ହୋଇ ଥିବାବେଳେ କାହିଁକି ଜ଼ିଲ୍ଲା ର ବିଭିନ୍ନ ବ୍ଲକରେ ଥିବା କଳାକାରଙ୍କୁ ସୁଯୋଗ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ବାହାରୁ କଳାକାର ଆମଦାନୀ କରାଯାଇ ଆବଶ୍ୟକତାରୁ ଅଧିକ ଅର୍ଥ ପ୍ରଦାନ କରି ମହୋତ୍ସବରେ ସୁଯୋଗ ଦିଆଯାଉଛି ଏହାକୁ ବଲିଉଡ କଳାକାର ଯଦୁ ନନ୍ଦନ ବେହେରା ଏବଂ ଓଲିଉଡ଼ କଳାକାର ଏବଂ ସଂଗୀତଜ୍ଞ ଜଳନ୍ଧର ବେହେରା ତୀବ୍ର ବିରୋଧ କରିଛନ୍ତି । ଆଦିବାସୀ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଜ଼ିଲ୍ଲା ପ୍ରଶାସନ କୁଣ୍ଠାବୋଧ କରୁଛି କାହିଁକି । ଏହାର ଅତିଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଜ଼ିଲ୍ଲା ର ସମସ୍ତ ଲୋକକଳାକାର ରାଜ ରାସ୍ତାକୁ ଓଲ୍ହାଇବାକୁ ଜ଼ିଲ୍ଲାର ବିଭିନ୍ନ କଳା ସଂଗଠନ ଚେତାବନୀ ଦେଇଥିବା ଜଣାପଡିଛି  ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.