ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଠାରେ ଓଁ ଶ୍ରୀ ପୂଜା କମିଟି (ଆଞ୍ଚଳିକ ବିକାଶ ଧାରା ଟ୍ରଷ୍ଟ) ଦ୍ଵାରା ଧନୁଯାତ୍ରା ମହୋତ୍ସବ ଆୟୋଜିତ ହୋଉଛି। ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ତଥା କବି ହେମନ୍ତ ସାହୁ, ସମ୍ମାନିତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନ୍ଦାକିନୀ ସିଂହ ଦେଓ, ବିଡିଓ ବିନୟ କୁମାର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମଞ୍ଜୁଲତ ଧାରୁଆ, ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧରୁଆ, ଡ଼ାକ୍ତର ସ୍ମୃତି ରଞ୍ଜନ ପରିମାଣିକ ପ୍ରମୁଖ ଯୋଗ ଦେଇଥିବା ବେଳେ ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେରେ ମଦନପୁର ରାମପୁର ରାଜ ପାରିବାରର ସଦସ୍ୟ ଯୁବନେତା ନିଲ ମାଧବ ସିଂହଦେଓ, ଓ.ଏଫ୍.ସ୍ ନୀଲୋମାଧବ ପତ୍ର, ଫରେଷ୍ଟର ଯଶୋବନ୍ତ ପତ୍ର, ସିଂହପୁର ସରପଞ୍ଚ ଉଚ୍ଛବ ପଧାନ, ଟୁକୁ ଧାରୁଆ ଏବଂ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ଥିଲେ। ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ଧନୁ ଯାତ୍ରାରେ ଦିନକୁ ଦିନ ଲୋକଙ୍କ ଗହଳି ବଢ଼ିବାରେ ଲାଗିଛି।