ସିଆରପିଏଫ ୬୪ ବାଟାଲିଆନ ତରଫରୁ ଜନ ସମ୍ପର୍କ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଳକ୍ ଅନ୍ତର୍ଗତ ରାମପୁର ଠାରେ ଥିବା ଇ/୬୪ ବାଟାଲିୟନ ଓ ଆଦିବାସୀ ଅଧ୍ୟୁଷିତ ପଂଚାୟତ ଲୁବେନ୍ ଗଡ ଠାରେ ଥିବା ସିଆରପିଏଫ୍ ଜି ୬୪ ବାଟାଲିଅନ ତରଫରୁ ଆଜି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହେଇ ଯାଇଛି। ମ.ରାମପୁର ଠାରେ ମୁଖ୍ୟ ଅତିଥି ଭାବେ କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀ, ସମ୍ମାନିତ ଅତିଥି ସୁବେଦାର ମେଜର୍ ଗଣେଶ କୁମାର ସିଂହ,ଓ ଏଲ୍ ଏମ୍ ସଂଯୋଜକ ଦିପ୍ତୀ ରଞ୍ଜନ ନାୟକ, ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଓ ଲୁବେନ ଗଡ ଠାରେ ଟୁ ଆଇ ସି ପ୍ରଶାନ୍ତ କୁମାର ମିଶ୍ର, ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେନା ଏବଂ ସାଧାରଣ ଜନତାଙ୍କ ମଧ୍ଯ ରେ ଉତ୍ତମ ସମ୍ପର୍କ ରହିବା ଦରକାର ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବରେ ଏସି ସୁବାସ କୁମାର,ସରପଞ୍ଚ ରାମା ମାଝୀ ଯୋଗ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମରେ ଅଞ୍ଚଳ ବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ସମସ୍ତ ଯବାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.