ବାଗପୁର ଶ୍ରୀରାମ ଲୀଳା ଲୋକ ନାଟକ ସମାପନ : ଶୁକ୍ରବାର ହେବ ପୂର୍ଣାହୁତୀ

କଳାହାଣ୍ଡି,୨୫/୪ : ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଠାରେ ଆୟୋଜିତ ହୋଇଥିବା ଶ୍ରୀରାମ ଲୀଳା ଗତକାଲି(ବୁଧବାର) ରାତିରେ ସଂପୂର୍ଣ୍ଣ ହୋଇଛି । ଆଜି ଗୁରୁବାର ବିଶ୍ରାମ ଦିବସ ଓ ଆସନ୍ତାକାଲି (ଶୁକ୍ରବାର) ପୂର୍ଣ୍ଣାହୁତୀ ହେବ ବୋଲି ଆୟୋଜକ କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି ।ଅପ୍ରେଲ ୧୩ ତାରିଖ ଠାରୁ ଦୀର୍ଘଦିନ ଧରି ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରରେ ସାତ କାଣ୍ଡ ରାମାୟଣ ପ୍ରଦର୍ଶିତ ହୋଇଥିଲା । ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଲୀଳା ଚରିତରେ ମୂଖରିତ ହେଉଥିବା ବାଗପୁର ଏବେ ନିସ୍ତବ୍ଧ ହୋଇଯାଇଥିବା ବେଳେ ଏହି ଉତ୍ସବର ମାହୋଲ ଦେଖିବାକୁ ପୁଣି ଏକ ବର୍ଷ ଅପେକ୍ଷା କରିବାକୁ ପଡିବ । 

ଜନତାଙ୍କ ମଧ୍ୟରେ ଆଦ୍ଧ୍ୟାତ୍ମିକତାର ଅବିବୃଦ୍ଧି, ପ୍ରାଚୀନ କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ଭଗବାନ ଶ୍ରୀରାମଙ୍କ ପରମ ପବିତ୍ର ନାମ କିର୍ତ୍ତନର ଉତ୍କଷ ମାଧ୍ୟମ ପାଳଟିଛି ରାମଲୀଳା

ଏହି କାର୍ଯ୍ୟକ୍ରମର କର୍ତ୍ତା ଭାବେ ସମାଜସେବୀ ଦୋଳଚନ୍ଦ୍ର ବାଗ ସସ୍ତ୍ରୀକ ରହିଥିବା ବେଳେ ରଥ ପ୍ରସାଦ ପାଢୀ ପୂଜକ ଦାଇତ୍ବ ନିର୍ବାହ କରିଥିଲେ । ରାମଲୀଳାର ବିଭିନ୍ନ ଭୂମିକାରେ ମନ ସାହୁ, ମିନିକେତନ ମାଝୀ, ବିପିନ ଚନ୍ଦନ, ରଥ ବାଗ, ସାନ ଭୋଇ, ଧବଳେଶ୍ବର ଚନ୍ଦନ, ଭୂବନ ବାଗ, ନୃପରାଜ ସାହୁ, ସରୋଜ ସାହୁ, ନିରାକାର ସାହୁ, ତ୍ରିଲୋଚନ ଚନ୍ଦନ, ବସନ୍ତ ବଗର୍ତ୍ତି, ମହନ ସାହୁ, ଭଜରାମ ମାଝୀ, ଜଗତ ମାଝୀ, ଗୋବିନ୍ଦ ଚନ୍ଦନ, ରଥ ଭୋଇ, ମନ ବାଗ, ଘାସିରାମ ମାହାର, ସନ୍ତୋଷ ଚନ୍ଦନ, ଚୁଡାମଣୀ ସାହୁ, ନରୋତ୍ତମ ସାହୁ, ହରୀ କରୁଆଁ, ହିରଣ୍ୟ ପୋଢ, କିଆବନ ମାଝୀ, ଧୀର ମାଝୀ, ଅଲେଖ ଭୋଇ, ଅରକ୍ଷୀତ ଭୋଇ, ପ୍ରେମନାଥ ବାଗ ଓ ଡିଙ୍ଗର ମାଝୀ ପ୍ରମୂଖ ।

ଏଠାରେ ସୂଚନା ଯୋଗ୍ୟ ଯେ, ବାଗପୁର ଶ୍ରୀରାମ ଲୀଳା କଳାପ୍ରଦର୍ଶନ କ୍ଷେତ୍ରରେ ନିଜର ସ୍ବତନ୍ତ୍ରତା ପାଇଁ ନର୍ଲା ବ୍ଲକରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରେ । ଏହି ଲୋକ ନାଟକ ମାଧ୍ୟମରେ ପ୍ରାଚୀନ କଳା ସଂସ୍କୃତିର ପ୍ରଚାର ପ୍ରସାର ହେବାସହ ଗ୍ରାମରେ ଭାଇଚାରାର ମାହୋଲ ସୃଷ୍ଟି ହୋଇଛି । ଆଦ୍ଧ୍ୟାତ୍ମିକତାର ଅବିବୃଦ୍ଧି ସହ ଭଗବାନ ଶ୍ରୀରାମଙ୍କ ପରମ ପବିତ୍ର ନାମ କିର୍ତ୍ତନର ଉତ୍କଷ ମାଧ୍ୟମ ପାଳଟିଛି ରାମଲୀଳା । ଏହା ବିସ୍ତୃତ କାର୍ଯ୍ୟକ୍ରମ ସୁରୁଖୁରୁରେ ସଂପର୍ଣ୍ଣ ହୋଇଥିବାରୁ ଆୟୋଜକ କମିଟି ସଭାପତି ଚୁଡାମଣୀ ଭୋଇ ଓ ସାଧାରଣ ସଂପାଦକ ଘାସିରାମ ସାହୁ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କୁ ସାଧୁବାଦ ପ୍ରଦାନ କରିବା ସହ କୃତଜ୍ଞତା ଜଣାଇଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.