ବୋର୍ଡା ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋର୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଭୁଷଣ ସାହୁ ଜାତୀୟ ବିଜ୍ଞାନ ଦିବସର ଉଦ୍ଦେଶ୍ୟ ପଠନ କରିଥିବା ବେଳେ, ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ମାନସ କୁମାର ପଧାନ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ମୋହନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ଫୋଟ ପ୍ରଦର୍ଶନ କରିଥିବା ବେଳେ ତୃତୀୟରୁ ସପ୍ତମର ଛାତ୍ରଛାତ୍ରୀମାନେ ପ୍ରକଳ୍ପ ପ୍ରଦର୍ଶନ, ଷଷ୍ଠ ସପ୍ତମ ଛାତ୍ରଛାତ୍ରୀମାନଙ୍କ ଦ୍ବାରା  ବିଜ୍ଞାନ ପ୍ରଶ୍ନମଞ୍ଚ ଏବଂ ବିଜ୍ଞାନ ଭିତ୍ତିକ ନାଟକ ବୃକ୍ଷ ହିଁ ଜୀବନ ପ୍ରଦର୍ଶନ କରାଯାଇଥିଲା । ସପ୍ତମ ଶ୍ରେଣୀ ଛାତ୍ରୀ ଗୀତାଞ୍ଜଳି ରଣାଙ୍କ ପ୍ରକଳ୍ପ ଶ୍ରେଷ୍ଠ ପ୍ରକଳ୍ପ ହୋଇଥିବା ବେଳେ ଶିଶୁ ବିଭାଗରୁ ସୋଭିତ ବେହେରାଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ନିଭୃତ ପଧାନ, ଅମିତ ପଧାନ, ଗୀତାଞ୍ଜଳି ଥନାପତି, ସୋବନ୍ତି ଠାକୁର, ଅନିତା ଲେଙ୍କା ଓ ଅବନୀ ସାହୁ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଖୁସିରାମ ସାହୁ  ଧନ୍ୟବାଦ ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.