ବୁଢ଼ାରଜା ୟୁଥ୍ କ୍ଲବ ପକ୍ଷରୁ ଅଲମ୍ପିକ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ଓ କେନ୍ଦ୍ର ସରକାର ଯୁବକ ଯୁବତୀ ମାନଙ୍କୁ ଖେଳ ପ୍ରତି ସଶକ୍ତିକରଣ କରିବା ପାଇଁ ଖେଲୋ ଇଣ୍ଡିଆ ଖେଲୋ ଭଲି ଅନେକ କାର୍ଯ୍ୟକ୍ରମ କରୁଥିବା ବେଳେ ଆଜି ଦେଖିବାକୁ ମିଳିଛି ବୁଢ଼ା ରଜା ୟୁଥ କ୍ଲବ,ଏସ୍ ବି ଆଇ ଓ ଗ୍ରାମବିକାଶର ମିଳିତ ଉଦ୍ୟମରେ ଅଲମ୍ପିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଖବାହାଳି ଗ୍ରାମପଞ୍ଚାୟତ କୁମାର ଗୁଡା ଆମ୍ବ ଗଛ ଖେଳ ପଡିଆରେ l ବୁଢ଼ାରଜା ୟୁଥ କ୍ଲବ ଓ ସ୍ୱେଚ୍ଛାସେବୀ ସଂସ୍ଥା ଗ୍ରାମବିକ,ଓ ଏସ୍ ବି ଆଇ ତରଫରୁ ଅଲମ୍ପିକ ପ୍ରତି ଯୋଗିତା ଉଯାପିତ ହୋଇ ଯାଇଛି l ପ୍ରତିଯୋଗିତାରେ ଲାଖବାହାଳି ପଞ୍ଚାୟତର ୯ ଟି ଗାଁର ୯୦ଜଣ ପ୍ରତି ଯୋଗୀ ଭାଗ ନେଇଥିଲେ l ବୁଢ଼ା ରଜା ୟୁଥ କ୍ଲବ ସମ୍ପାଦକ ରମେଶ ନାଏକ ସହସମ୍ପାଦକ ଧନିଆଁ ନାଏକ, ରାଜେଶ ନାଏକ ଓ ସ୍ୱେଚ୍ଛାସେବୀ ସଂସ୍ଥା ଗ୍ରାମବିକାଶ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ବରୁଣ ନମିନ ଲାଞ୍ଜିଗଡ ଗ୍ରାମବିକାଶ ସଂଯୋଜକ ଥମୋଶ ସୁନୀଲ ଙ୍କ ଦ୍ଵାରା ଅଲମ୍ପିକ ପ୍ରତିଯୋଗିତା ଶୁଭ ଆରମ୍ଭ କରାଯଇଥିଲା l ଏହି ପ୍ରତିଯୋଗିତା ୨୫ତାରିଖ ରୁ ୨୯ତାରିଖ ପର୍ଯ୍ୟନ୍ତ ଚାଲିଥିଲା l ଏହି ଅଲମ୍ପିକ ପ୍ରତିଯୋଗିତା ରେ ବିଭିନ୍ନ ଇଭେଣ୍ଟ ଯାହାକି କ୍ରିକେଟ, କବାଡି, ଭୋଳିବଳ, ପୁଚି, ୧୦୦ମିଟର ରୁ୨୦୦ ଶହ ମିଟର ଦୌଡ଼, ଲମ୍ବଡ଼ିଆଁ, ସଟଫୁଟ, ଡ଼ିସ୍କସ ଆଦି ପ୍ରତିଯୋଗିତାରେ ଯୁବକ ଯୁବତୀ ମାନେ ଅଂଶଗ୍ରହଣ କରି ଖୁସି ବ୍ୟକ୍ତ କରିଛନ୍ତି l କର୍ଣ୍ଣ ସାହୁ, ଓ ହରିଶ ସାହୁ ଖେଳ ପରିଚାଳନା କରିଥିବା ବେଳେ ବିସ୍ମ ମାଝୀ, ଅଶୋକ ମାଝୀ, ସାହୁ, ସୁଦାମ ହରିଜନ, ସମେତ ବୁଢ଼ା ରଜା ୟୁଥ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ପ୍ରତିଯୋଗିତାରେ ବିଜେତା ଯୁବକ ଯୁବତୀ ମାନଙ୍କୁ ମାନପତ୍ର ସହ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.