ରଣମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡିଙ୍ଗର ସିଂଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ‘ଦୀର୍ଘ ୪୨ ବର୍ଷ ଚାକିରିର ଆଜି ଶେଷ ଦିନ। ଏହାପରେ ଆଉ ପଡ଼ିବନି ମୋ ଦସ୍ତଖତ।’ ଏମିତି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ରଣମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡିଙ୍ଗର ସିଂ। ୧୯୮୧ ମସିହାରେ ସିନାପାଲି ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରିଥିଲେ। ତାପରେ ରଣୀମୁଣ୍ଡା, ବାନେର, ମତୁଆଲା ଗୁଡା ପରେ ରଣମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷା ପ୍ରଦାନ କରି ଆସୁଥିଲେ। ଜଣେ ଛାତ୍ର ବତ୍ସଲ୍ୟ, ମିଷ୍ଟଭାଷୀ, ସମୟାନୁବର୍ତି ଶିକ୍ଷକ ଭାବରେ ସେ ଛାତ୍ରଛାତ୍ରୀ ଓ ସହକର୍ମୀ ମହଲରେ ସୁପରିଚିତ। ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାପାଇଁ ରଣମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଶିକ୍ଷା କମିଟି ଅଧ୍ୟକ୍ଷ ଦିଳିପ କୁମାର ବିଶ୍ବାଳ, କୈଳାସ ନାୟକ, ସଭ୍ୟ ସଭ୍ୟା, ଶିକ୍ଷକ ସଞ୍ଜୟ କୁମାର ପାଣିଗ୍ରାହୀ, ପ୍ରିୟରଞ୍ଜନ ବେମାଲ, ମାନସ କୁମାର ସାହୁ, ଆଲୋକ ରଞ୍ଜନ ଅଧିକାରୀ, ଯଶୋବନ୍ତ ଶବର, ସ୍ବାସତି ମିଶ୍ର, ହିମାଂଶୁ ନାଗ, ଅଭିଭାବକ ଛାତ୍ର ଛାତ୍ରୀ ଏବଂ ସାମ୍ବାଦିକ ଉପସ୍ଥିତ ରହିଥିଲେ। ମୋତେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଅନ୍ତୁ ନାହିଁ ବୋଲି ଶ୍ରୀ ସିଂ ଅନୁରୋଧ କରିବାରୁ ନିରାଡମ୍ବର ଭାବରେ ବିଦାୟ ଦିଆଯାଇଥିଲା। ବିଦାୟ ମୁହୁର୍ତ୍ତରେ ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଛଳ ଛଳ ଆଖିରେ ବିଦାୟ ପ୍ରଦାନ କରି ଆଊ ସ୍ନେହ ପାଇବୁ ନାହିଁ କି ବିଦ୍ୟାଳୟରେ ଦେଖିବାକୁ ପାଇବୁ ନାହିଁ ବୋଲି ଦୁଃଖ ପ୍ରକାଶ କରିଥିଲେ। ଏହି ଅବସରରେ ରଣମାଲ ଉଚ୍ଚ ବିଦ୍ୟାଳୟର କିରାଣି ଅଭାମନ୍ୟୁ ନାଏକଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.