ୟଙ୍ଗ ଷ୍ଟାର କ୍ଲବ ପକ୍ଷରୁ ବିଶ୍ୱ ବନ୍ୟଜନ୍ତୁ ସଂରକ୍ଷଣ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଳଯୋଡି ଫରେଷ୍ଟ କ୍ବାଟର ଠାରେ ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ଯୁବ ସଂଗଠନ ତରଫରୁ ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଯୁବକ ଯୁବତୀ ମାନେ ଗ୍ରାମ୍ୟ ପରିକ୍ରମା କରି ଜନସଚେତନତା ସୃଷ୍ଟି କରିଥିଲେ। ଲୋକ ମାନଙ୍କୁ ଲିଫ୍ଟଲେଟ ଦେଇ ବନ୍ୟଜନ୍ତୁଙ୍କୁ ନମାରି ସେମାନଙ୍କୁ ସୁରକ୍ଷା ଦେବା, ଯଦି କୈାଣସି ଶିକାରୀ ବନ୍ୟଜନ୍ତୁଙ୍କୁ ଶିକାର କରିବା ଦେଖନ୍ତି ତେବେ ଫରେଷ୍ଟରଙ୍କୁ ତୁରନ୍ତ ଜଣେଇବାପାଇଁ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସଭାପତି ଜୁଲି ଯୋଶୀ, ଉପ ସଭାପତି ନିରୁପମା ଦୁର୍ଗା, ସମ୍ପାଦକ ଯଶୋବନ୍ତ ରଣା ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଗାଁରେ ଥିବା ବ୍ରାହ୍ମଣୀ ଜଙ୍ଗଲର ସୁରକ୍ଷା ନିମନ୍ତେ ଯୁବ ପିଢ଼ି ଆଗେଇ ଆସିବାପାଇଁ ସଭାରେ ଆହ୍ବାନ ଦିଆଯାଇଥିଲା। ସଂଗଠନର ସହ ସମ୍ପାଦକ ତୋଫାନ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଞ୍ଜଳି ମାଝୀ, ନମିତା ମାଝୀ, ସସ୍ମିତା ଯୋଶୀ, କ୍ଷମା ଶବର, ରାଜୁ ଯୋଶୀ, ମହେନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.