ଶ୍ୟାମ ବାବାଙ୍କ ଫାଲଗୁନ ମେଳା ଓ ନିଶାନ ପଦ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ନର୍ଲା ବ୍ଲକ ପଲସାପଡା ସ୍ଥିତ ଶ୍ୟାମବାବାଙ୍କ ମନ୍ଦିରରେ ଫାଲଗୁନ ମେଳା ଅବସରରେ ନିଶାନ ପଦଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି। ରୁପ୍ରାରୋଡର ଜଗଜୀବନ ଛୋଟେ ଲାଲ (ଶ୍ୟାମ ପରିବାର)ଙ୍କ ଘର ଠାରୁ ବାବାଙ୍କ ନିଶାନ ପଦଯାତ୍ରା ଆରମ୍ଭ ହୋଇ ପଲସାପଡା ଶ୍ୟାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ରୁପ୍ରାରୋଡରୁ ପଲସାପଡା ପର୍ଯ୍ୟନ୍ତ ଦୀର୍ଘ ୮ କିମି ଧରି ଆୟୋଜିତ ଉକ୍ତ ନିଶାନ ପଦଯାତ୍ରାରେ ରୁପ୍ରାରୋଡ, କେସିଙ୍ଗା, ଟିଟିଲାଗଡ଼, ଧର୍ମଗଡ଼, ଜୁନାଗଡ, ସମ୍ବଲପୁର, ଝାରସୁଗୁଡା, ଭବାନୀପାଟଣା, ଲଡ଼ୁଗାଁ, ବରଗଡ ପ୍ରଭୃତି ସ୍ଥାନର ଶ୍ୟାମ ଭକ୍ତମାନେ ସାମିଲ ହୋଇଥିଲେ। ମଙ୍ଗଳ ଆଳତି କରି ଶ୍ୟାମ ବାବାଙ୍କୁ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରାଇ ଭଜନ ଓ ଜୟ ଗାନ ସହ ମନ୍ଦିରକୁ ଅଣା ଯାଇଥିଲା। ରୁପ୍ରାରୋଡର ଶ୍ୟାମ ଭକ୍ତ ରାଧେଶ୍ୟାମ ଶର୍ମା, ରାମଚନ୍ଦ୍ର ଶର୍ମା, ଶ୍ୟାମସୁନ୍ଦର ଶର୍ମା, ଅଶୋକ କମାନୀ, ଦୀନେଶ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ସୁନୀଲ ଶର୍ମା, ସୁରେଶ, ପୱନ, ଅମିତ, ସନ୍ଦୀପ, ସୁମିତ, ପ୍ରଦୀପ, ପ୍ରମୋଦ, ଏବଂ ଶ୍ୟାମ ପରିବାରର ଭକ୍ତମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ପଲସାପଡାଠାରେ ୧୯୭୪ ମସିହାରେ ଶ୍ୟାମ ବାବାଙ୍କ ମନ୍ଦିର ସ୍ଥାପିତ ହୋଇଥିଲା। ଓଡିଶାରେ ଏହା ଶ୍ୟାମବାବାଙ୍କ ଦ୍ୱିତୀୟ ପୁରୁଣା ମନ୍ଦିର। ତେବେ ୨୦୨୪ ମସିହାରେ ଏହି ମନ୍ଦିରର ୫୦ ବର୍ଷ ପୂରଣ କରିବାକୁ ଯାଉଛି, ତେଣୁ ସେହିବର୍ଷ ବହୁତ ଧୁମ ଧାମ ଏବଂ ଆଡ଼ମ୍ବର ସହକାରେ ୩ଦିବସୀୟ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଶ୍ୟାମଭକ୍ତଙ୍କ ପକ୍ଷରୁ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.