ବିଲାଟରେ ଆୟୋଜିତ ଭାଗବତ କଥାମୃତ ପ୍ରବଚନ ସଂପନ୍ନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ  ରୁପ୍ରାରୋଡ଼ ଗ୍ରାମ ପଞ୍ଚାୟତର ବିଲାଟରେ ଗତ ଫେବୃଆରୀ ୧ ରୁ ଚାଲି ଆସୁଥିବା ଭାଗବତ କଥାମୃତ ପ୍ରବଚନ କାର୍ଯ୍ୟକ୍ରମର  ପୂର୍ଣ୍ଣାହୂତି ପଡିଛି । ଏନେଇ ୨୮ ଫେବୃଆରୀ ମଙ୍ଗଳବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶ୍ରୀମଦ ଭାଗବତ ସତସଙ୍ଗ କମିଟି ବିଲାଟ ତରଫରୁ ଆୟୋଜିତ ଭାଗବତ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ରେ ଭାଗବତ ଭାସ୍କର ଶ୍ରୀ ପରୀକ୍ଷିତ ମହାରାଜ ପ୍ରତ୍ୟହ ପ୍ରବଚନ ଦେଉଥିଲେ । କ୍ଷୀର ମାଝୀ ଓ ଯୋଗୀନ୍ଦ୍ର ମାଝୀ ଦମ୍ପତି କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରିଥିଲେ । ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି । ଏଥିରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ସମବେତ ହୋଇ ଭାଗବତ କଥାମୃତ ପ୍ରବଚନ ଶୁଣିଥିଲେ । ଗ୍ରାମର ବରିଷ୍ଠ ନାଗରିକ ବୃନ୍ଦ ଓ ଯୁବପିଢି ସାମିଲ ହୋଇ କାର୍ଯ୍ୟକ୍ରମ ରେ ସାମିଲ ହେବା ସହ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.