ଭୁବନେଶ୍ୱର-ପୁରୀ ରାସ୍ତାରେ ଦୁର୍ଘଟଣା: କାର ଜଳିଗଲା: ୪ ଆହତ





ଭୁବନେଶ୍ୱର-ପୁରୀ ରାସ୍ତାରେ ଦୁର୍ଘଟଣା: କାର ଜଳିଗଲା: ୪ ଆହତ

ମାର୍ଚ୍ଚ ୪ ତାରିଖ
ଭୁବନେଶ୍ୱର
ସତ୍ୟବାଦୀ ଥାନା ଅନ୍ତର୍ଗତ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ବୀର ଗୋବିନ୍ଦ ପୁର ଛକ ନିକଟରେ ଆଜି ଅପରାହ୍ନ ଗୋଟିଏ ଦୁର୍ଘଟଣାରେ ଗୋଟିଏ କାର ଓ ଏକ ଦୋକାନ ଜଳି ଯାଇଅଛି l
କାରରେ ଥିବା ୪ ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି l
ଏହି ଦୁର୍ଘଟଣା ସମୟରେ ଦୋକାନୀ ବାହାରେ ଥିବାରୁ ଏହି ଅଘଟଣରୁ ବର୍ତ୍ତି ଯାଇଛନ୍ତି l
କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ଏକ ୱାଗନର କାର ହଠାତ ଭାରସାମ୍ୟ ହରାଇ ରାଜପଥର ବାମ ପାର୍ଶ୍ଵରେ ଥିବା ଗୋଟିଏ ଦୋକାନ ଓ ଇଲେକ୍ଟ୍ରି ଖୁଣ୍ଟ ସହିତ ଧକ୍କା ହୋଇଥିଲା l ଇଲେକ୍ଟ୍ରି ତାର ଛିଡି ଯିବା ଫଳରେ କାର ଓ ଦୋକାନ ଜଳି ଉଠିଥିଲା l ସ୍ଥାନୀୟ ଜନସାଧାରଣ କାର ରେ ଥିବା ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ବଡ଼ ଡାକ୍ତରଖାନାକୁ ପଠାଇଥିଲେ l
ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ତହସିଲଦାର ଜୟନ୍ତ କୁମାର ଜୟ ସିଂ, ବିଡ଼ିଓ ଲୋଚନ ଦାସ ଓ ପ୍ରକାଶ ଖଟୋଇ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ l
ଆହତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଆବଶ୍ୟକ ଚିକିତ୍ସା କଥା ବୁଝିଥିଲେ l କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ନମ୍ବର ଜଣା ପଡ଼ିନାହିଁ I

 






Previous articleKIIT launches Week-Long Celebration to Mark International Women’s Day
Next articleOdisha’s Fiscal Trends Move Upward By End Of February


Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.