ବୁଢ଼ାବାହାଲ କୃଷି ସମବାୟ ସମିତି ପରିସରରେ ଚାଲିଥିଲା ବ୍ୟାଙ୍କିଙ୍ଗ ସେବା ଓ ରଣ କର୍ମଶାଳା: ଡବଲ ବେନରକୁ ନେଇ ହେଲା ପାଟିତୁଣ୍ଡ ଓ ହୋହାଲ୍ଲା, ଅଧାରେ ସରିଲା ବୈଠକ, ଫେରିଗଲେ ଚାଷୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବୁଢ଼ାବାହାଲ ସ୍ଥିତ କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରର ଠାରେ ବ୍ୟାଙ୍କ ସେବା ଓ ରଣ କର୍ମଶାଳା ଆୟୋଜିତ ହୋଇଥିଲା। ଉକ୍ତ ବୈଠକରେ ସମବାୟ ସମିତିର ସଭାପତି ଧ୍ରୁବଚରଣ ସାହୁ ସଭାପତିତ୍ୱ କରିଥିଲେ। ସଭାରେ ସଇଁତଲା କେନ୍ଦ୍ର ସମବାୟ ବ୍ୟାଙ୍କ ମେନେଜର ପ୍ରସୂନ ପ୍ରତୀକ ବିଶ୍ୱାଳ, ବୁଢ଼ାବାହାଲ ସରପଞ୍ଚ ଲତା କୁମ୍ଭାର, ସମିତି ସଭ୍ୟ ମଣ୍ଟୁ ନାଗ, କନ୍ଧକେଲଗାଁ ସେବା ସମବାୟ ସମିତି ସଭାପତି ସନ୍ତୋଷ ପ୍ରଧାନ, ଉଦ୍ୟାନ ବିଭାଗର ହୃଦାନନ୍ଦ ମେହେର, ପ୍ରାଣୀଧନ ନିରୀକ୍ଷକ କିରଣ ପାଣିଗ୍ରାହୀ, ଗ୍ରାମ୍ୟ କୃଷକ ସେବକ ଲକ୍ଷପତି ଭୋଇ, ସମବାୟ ବ୍ୟାଙ୍କ ସୁପରଭାଇଜର ତୁମେଶ୍ୱର ସାହୁ ଓ ସମବାୟ ସମ୍ପାଦକ ଦମନା ସାହୁ ପ୍ରମୁଖ ଉପସ୍ଥିତ ରହି ରଣ କର୍ମଶାଳା ଓ ସମବାୟ ବ୍ୟାଙ୍କିଙ୍ଗ ସେବା ଉପରେ ଚାଷୀ ତଥା ଅଞ୍ଚଳର ଜନସାଧାରଣ ମାନଙ୍କୁ ବୁଝାଇଥିଲେ। ଏଥିରେ ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପଯ୍ୟନ୍ତ କୃଷି ରଣ ଦିଆଯିବ, ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଭୂମିହୀନ ଚାଷୀ ଓ ଭାଗ ଚାଷୀମାନଙ୍କୁ ବିନା ସୁଧରେ କୃଷି ରଣ ପ୍ରଦାନ କରାଯିବ ବୋଲି ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୟରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ରଣ କର୍ମଶାଳା ବେନର ଉପରେ ଆଉ ଗୋଟେ ବେନର ନାବାର୍ଡ ସହାୟତା ଆର୍ଥିକ ସାକ୍ଷରତା ସଚେତନତା ଶିବିର ବେନର ଲଗାଯାଇଥିଲା। ଯାହାକୁ ନେଇ ଚାଷୀ ମୃତୁଞ୍ଜୟ ହୋତା ଓ ଆଉ କିଛି ଚାଷୀ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରେ ଆଉ ଗୋଟିଏ ବେନର ଲଗାଗଲା ମୁଖ୍ୟମନ୍ତ୍ରୀଙ୍କୁ ଅପମାନ କରାଯାଉଛି ବୋଲି ଚାଷୀମାନେ ପାଟି ତୁଣ୍ଡ ହେବା ସହ ହୋହାଲ୍ଲା ହୋଇ ଅଧାରେ ବାଟରେ ବୈଠକ ବନ୍ଦ ହୋଇଗଲା। ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା। କିଛି ଚାଷୀ ଗୋଟିଏ ବୈଠକ ନାଁରେ ୨ ଟି ବୈଠକ ଦେଖାଇ ଟଙ୍କା ଆତ୍ମସାତ ଉଦ୍ୟମ ଚାଲିଛି ବୋଲି ଅଭିଯୋଗ କରିଥିଲେ। ଏହି ପାଟିତୁଣ୍ଡ ସମୟରେ ବୈଠକରେ ଯୋଗଦାନ କରିଥିବା ଅଧିକାରୀମାନେ ଛିନ୍ନଛତ୍ର ହୋଇ ଫେରାର ହୋଇଗଲେ। ଏ ନେଇ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ବିଶ୍ୱାଲଙ୍କୁ ପଚାରିବାରୁ ବେନର ଉପରେ ବେନର ଲଗାକୁ ନେଇ ଅଭିଯୋଗ କରିଥିଲେ ବୋଲି ପ୍ରକାଶ କରିଥିଲେ। ଏହି ବୁଢ଼ାବାହାଲ କୃଷି ସମବାୟ ସମିତି ଅଧିକାରୀମାନଙ୍କ ସହ ଚାଷୀ ମାନଙ୍କ ମଧ୍ୟରେ ତାଳମେଳ ଠିକ ରହୁନ ଥିବାରୁ ଏଭଳି ଘଟିଥିଲା ବୋଲି ଚାଷୀ ମହଲରେ ବେଶ ଚର୍ଚ୍ଚା ଜୋର ଧରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.