ନାଗରାଜାକୁ ଡର ଲାଗେ ଆସିଲେ ପ୍ରଦୀପ

• ରାୟଗଡା ସହରରେ ବର୍ଷକୁ ଧରା ପଡୁଛନ୍ତି ଅଢେଇ ହଜାରରୁ ଉର୍ଦ୍ଧ ସାପ

• ଖାଦ୍ୟ ଅନ୍ୱେଷଣରେ ସହରରେ ବୁଲୁଛନ୍ତି ବିଷଧର ସର୍ପ :ସାପ ଧରାଳୀ ପ୍ରଦୀପ ସେନାପତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସାପ ନାଁ ଶୁଣିଲେ କାହାକୁ ଡର ନ ଲାଗେ । ତାହା ପୁଣି ବିଷଧର ସର୍ପ । ରାୟଗଡା ସହରରେ ଲୋକେ ନିଜ ଘର ଚାରିପାଖେ ଯେତେ ସୁରକ୍ଷା ପାଚେରୀ କରନ୍ତୁ ବା ନ କରନ୍ତୁ ସାପ ପାଇଁ ଯାତାୟାତରେ କୈାଣସି ଅସୁବିଧା ନାହିଁ । ତେବେ ପ୍ରଶ୍ନ ଉଠେ ସହରରେ ଥିବା ଜନବସତି ମଧ୍ୟରେ ଏତେ ସାପଗୁଡିକ କେଉଁଠାରୁ ଆସୁଛନ୍ତି । ଏହାର ପ୍ରଶ୍ନ ଯଦି ପଚାରା ଯାଏ ତାହା ହେଲେ ଉତରଟି ହେଉଛି ଖାଦ୍ୟ ଅନ୍ୱେଷଣରେ ବୋଲି କହୁଛନ୍ତି ରାୟଗଡାର ସାପ ଧରାଳି ପ୍ରଦୀପ ସେନାପତି । ପେଶାରେ ସେ ଜଣେ ଅଟୋରିକ୍ସା ଡ୍ରାଇଭର ହୋଇଥିଲେ ମଧ୍ୟ ସହରରେ ସାପ ଧରାଳି ପ୍ରଦୀପ ଭାଇ ବୋଲି ବେଶ୍ ପରିଚିତ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସହରର କାହା ଘର ରୋଷେଇ, ବାଥରୁମ୍‌, ଷ୍ଟୋର ରୁମ୍‌ରେ ସାପ ପଶିଗଲେ ତୁରନ୍ତ ଗୋଟିଏ ନମ୍ବରକୁ କଲ୍ ଯାଏ ଆଉ ତାହା ହେଲା ପ୍ରଦୀପ ସେନାପତିଙ୍କ । ଫୋନ କଲ୍ ରିସିଭ କରିବା ମାତ୍ରେ ଅଟୋରିକ୍ସ ଧରି ଘଟଣାସ୍ଥଳରେ ପଂହଚି ଯାଆନ୍ତି ପ୍ରଦୀପ । ସାଥିରେ ଏକ ଛୋଟ ବାଉଁଶ ବାଡି ସାହାର୍ଯ୍ୟରେ ଅତି କୈାଶଳ କ୍ରମେ ସାପଟିକୁ ସୁରକ୍ଷିତ ଭାବେ ଧରିବାରେ ସଫଳ ହୋଇ ଏକ ପ୍ଳାଷ୍ଟିକ ଡବାରେ ସାପକୁ ନେଇ ଗୁମ୍ମା ଜଙ୍ଗଲରେ ଛାଡି ଦେଇ ଆସିଥାନ୍ତି । ତେବେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲରେ ନିଆ ଲାଗି ଯାଇଥିଲେ ମଧ୍ୟ ସାପମାନେ ଜନବସତି ଆଡେ ଆସି ନ ଥାନ୍ତି କିନ୍ତୁ ଜଙ୍ଗଲରେ ବର୍ତମାନ ସେମାନଙ୍କ ପାଇଁ ଖାଦ୍ୟର ଅଭାବ ହେତୁ ସେମାନେ ଘରେ ରହୁଥିବା ମୂଷା, କୁକୁଡା, ଅଣ୍ଡା, ବେଙ୍ଗ ଆଦି ଖାଇବା ପାଇଁ ଚାଲି ଆସୁଛନ୍ତି । ରାୟଗଡା ସହରର ସାଇପ୍ରିୟା ନଗର, ରୟତ କଲୋନୀ,ଶ୍ରୀରାମ ନଗର ଭଳି ଅଂଚଳରୁ ଅଧିକ ସାପ ଧରାପଡୁଥିବା ବେଳେ ଏମାନଙ୍କ ମଧ୍ୟରେ କୋଳଥିଆ ନାଗ, ବୋଡା ସାପ, ଚିତି ସାପ, ଢାମଣା ସହ ଅନ୍ୟ ବିଷଧର ପ୍ରଜାତିର ସାପଗୁଡିକ ରହିଛି ବୋଲି ସାପ ଧରାଳି ପ୍ରଦୀପ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ରାୟଗଡା ସହରରେ ଏକ ବର୍ଷ ମଧ୍ୟରେ ୨୫୦୦ରୁ ଉର୍ଦ୍ଧ ସାପ ଧରାପଡୁଥିବା ବେଳେ ମାସକରେ ପାଖାପାଖି ୨୦୦ରୁ ଉର୍ଦ୍ଧ ସାପ ଧରାଯାଉଛି ବୋଲି କହିଛନ୍ତି । ସହରରେ ସାପ ଧରାଳି ଭାବେ ବେଶ ପରିଚିତ ପ୍ରଦୀପ ସେନାପତି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତଥା ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗ,ରାୟଗଡା ତରଫରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି । ଗତ ୬ବର୍ଷ ତଳେ ଡିସ୍କୋଭରି ଚାନେଲରେ ସାପ ଧରିବା ଏପିସୋଡଗୁଡିକ ଦେଖି ତାଙ୍କ ମନରେ ମଧ୍ୟ ସାପ ଧରିବା ପାଇଁ ଇଚ୍ଛା ଜାଗ୍ରତ ହୋଇଥିଲା ।

ଏହା ପରେ ସେ ବିନା ତାଲିମରେ ସାପ ଧରିବା କଳା ଓ କୈାଶଳରେ ପାରଙ୍ଗମ ହେବା ପରେ ସହରରେ ଯେ କୈାଣସି ସ୍ଥାନରେ ସାପ ରହିଥିବା ଖବର ପାଇଥାନ୍ତି କ୍ଷଣକ ମଧ୍ୟରେ ପଂହଚି ସାପ ଧରି ଜଙ୍ଗଲରେ ଛାଡି ଆସିଥାନ୍ତି । ତେବେ ରାୟଗଡା ସହରରେ ବିଷଧର ସାପଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଥିବାରୁ ରାୟଗଡା ଜଙ୍ଗଲ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ବୋଲି ପ୍ରଦୀପ କହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.