ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବିଜେପି ତରଫରୁ ବ୍ଲକ ଅନ୍ତର୍ଗତ ବିଏନ ପୁତ୍ର ଠାରେ ଏକ ବୁଥ୍ ସ୍ତରୀୟ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କର୍ମଶାଳାରେ ବିଜେପିର ସଂଗଠନକୁ ଅଧିକ କ୍ରିୟାଶୀଳ କରି ଲୋକଙ୍କୁ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଅବଗତ କରିବା ପାଇଁ ଖଲ୍ଲିକୋଟ ବିଧାନ ସଭା ମଣ୍ଡଳୀର ସମସ୍ତ ମଣ୍ଡଳରେ ବୁଥ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କର୍ମଶାଳାରେ ଘୁମୁସର ମଣ୍ଡଳ ସମ୍ପାଦକ ଅନିଲ କୁମାର ପଣ୍ଡା, ଆସିକା ଲୋକସଭା ପ୍ରଭାରୀ ଯଜ୍ଞ ନାରାୟଣ ଦାଶ, ସନ୍ତୋଷ କୁମାର ବିଶ୍ୱାଳ, ମଣ୍ଡଳ ସଭାପତି ସୁରେନ୍ଦ୍ର ସାହୁ, ମନୋଜ ଦାଶ, ଅଶୋକ ଦାଶ, ପ୍ରଭାକର ପ୍ରଧାନ, ମହିଳା ମୋର୍ଚ୍ଚାର କାବେରୀ ନାୟକ, ଖଲ୍ଲିକୋଟ ବିଜେପି ନଗର ସଭାପତି ଓ ପ୍ରାକ୍ତନ ନଗରପାଳ ଶଙ୍କର ପ୍ରସାଦ ନାହାକ ସମେତ ପଂଚାୟତ ସ୍ତରୀୟ ବିଜେପି କର୍ମକର୍ତା ପ୍ରମୁଖ ଯୋଗ ଦେଇଥିଲେ।