ଶାନ୍ତିବନଠାରେ ବିଜୁ ଛାତ୍ର ଜନତା ଦଳର ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କର୍ଲାମୁଣ୍ଡା ବ୍ଲକ ଓ କେସିଙ୍ଗା ବ୍ଲକ (ଜୋନ – ୧)ର ଛାତ୍ରମାନଙ୍କୁ ନେଇ ବ୍ଲକସ୍ତରୀୟ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଶାନ୍ତିବନ ଠାରେ ଅନୁଷ୍ଠିତ ହୋଇଯାଇଛି। ତୃଣମୂଳ ସ୍ତରରେ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା, ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ଓ୍ବାର୍ଡ କମିଟି ଗଠନ କରିବା, ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ତଥା ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଯୋଗଦେଇ ଯୁବକ ମାନଙ୍କୁ ଜାଗ୍ରତ ହେବାସହ ଏକ ବିକଶିତ କର୍ଲାମୁଣ୍ଡା ବ୍ଳକ ଗଠନ ପାଇଁ ଶପଥ ନେବାକୁ ଆହ୍ୱାନ ଦେଇଥିଲେ। ଧାଡ଼ିର ଶେଷରେ ଛିଡ଼ା ହୋଇଥିବା ବ୍ୟକ୍ତିକୁ ନ୍ୟାୟ ଦେବା ପାଇଁ ଛାତ୍ର ସମାଜ ଆଗେଇ ଆସିଲେ ହିଁ ଅଞ୍ଚଳର ଉନ୍ନତି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ନର୍ଲା ରେଳ ଇଞ୍ଜିନ ମରାମତି କାରଖାନା ନିର୍ମାଣ ପାଇଁ କେନ୍ଦ୍ର ସରକାର ବଜେଟ କରିବା ସହ କାର୍ଯ୍ୟ ଶିଘ୍ର ଆରମ୍ଭ ନ କଲେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଠାକୁର କହିଛନ୍ତି।

Udyog Nursery
Udyogi Nursery

ସୋସିଆଲ ମିଡିଆ ଜରିଆରେ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ ବୋଲି ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ଅଜିତ କୁମାର ସାହୁ, ବଲାଙ୍ଗୀର ଜୋନ ସଭାପତି ଚିରାଗ ସିଂହ ଦେଓ, ଜିଲ୍ଲା ଛାତ୍ର ବିଜେଡ଼ି ଉପ ସଭାପତି ଦେବେନ୍ଦ୍ର ପ୍ରସାଦ କୁମାର, ବରିଷ୍ଠ ବିଜେଡି ନେତା ଦେବରାଜ ରଣା, ପୂର୍ବତନ ସରପଞ୍ଚ ସୁଶାନ୍ତ ପରିଡା, ଯୁବ ନେତା ପର୍ଶୁରାମ ସାହୁ, ଶୈଳେଶ ନାରାୟଣ ବିଶି, କର୍ଲାମୁଣ୍ଡା ବ୍ଲକ ଛାତ୍ର ବିଜେଡି ସଭାପତି ସଲିମ୍ ଶେଖର ରଣା, ଜିଲ୍ଲା ସମ୍ପାଦକ ଲୋକେଶ ସାହୁ, ସମିତି ସଭ୍ୟ ନିମାଇଁ ଚରଣ ବେହେରା, ଗୋପବନ୍ଧୁ ସାହୁ, ହନୁମନ୍ତ ଦୀପ, ଦୀପକ ସାହୁ, ମିଟୁ ସାହୁ, ବିକ୍ରମ ସାହୁ, ନରେଶ ମଲ୍ଲିକ, ଦୈତ୍ୟ ରଣା, ପ୍ରଦୀପ ସାହୁ, ଜିତେନ୍ଦ୍ର ବେହେରା, ମିଥୁନ ସାହୁ, ବିରେନ୍ଦ୍ର ସାହୁ, ଅଶ୍ଵିନୀ ସାହୁଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.