ସୋନପୁର ନଗର ସ୍ୱୟଂ ସେବକ ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ପାଳିତ 

ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ନଗର ସ୍ୱୟଂ ସେବକ ପକ୍ଷରୁ ସୋନପୁର ଇ-ମୋଡେଲ ପବ୍ଲିକ ସ୍କୁଲରେ ଜିଲ୍ଲା ପର୍ଯ୍ୟାବରଣ ସଂଯୋଜକ କ୍ଷିର ସାଗର ବିଭାରଙ୍କ ପୌରହିତ୍ୟରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରସାଦୁ ପଧାନ ଅବସରପ୍ରାପ୍ତ ଶିକ୍ଷକ ଓ ମୁଖ୍ୟ ବକ୍ତା ଭାବେ ରାଜେଶ ସିଂ ବୌଦ୍ଧିକ ପ୍ରମୁଖ ଯୋଗଦାନ ସହ ସାମ୍ପ୍ରତିକ ଭାରତ ବର୍ଷ ରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ ର ଯଥାର୍ଥ, ଆଧ୍ୟାତ୍ମିକବାଦ ସହ ମାତୃଭାଷା ଉପରେ ନିଜ ନିଜର ମତବ୍ୟକ୍ତ ପୁର୍ବକ ଶିକ୍ଷାର୍ଥୀ ମାନଙ୍କୁ ରାଷ୍ଟ୍ରବାଦୀ ଚିନ୍ତନ ହୋଇ ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବାନେଇ ସମସ୍ତେ ମତବ୍ୟକ୍ତ କରିଥିଲେ। ଆଜି ଦିନରେ ବିଶ୍ୱ ଜଳ ଦିବସ ହୋଇ ଥିବାରୁ ଜିଲ୍ଲା ପର୍ଯ୍ୟାବରଣ ସଂଯୋଜକ ଶ୍ରୀଯୁକ୍ତ ବିଭାର ଜଳ ହିଁ ଜୀବନ ଉପରେ ପର୍ଯ୍ୟବେସିତ ତଥ୍ୟ ସହ ଜଳ ସଂରକ୍ଷଣ ଓ ଆବଶ୍ୟକତା ଓ ସନ୍ତୁଳିତ ଜଳ ବ୍ୟବହାର ଉପରେ ଆଲୋକପାତ କରିଥିଲେ। ଅଧିନସ୍ଥ ଅନୁଷ୍ଠାନ ର ଶିକ୍ଷାର୍ଥୀ ମାନେ ପରିବେଶ ସୁରକ୍ଷା ଜଳ,ମଞ୍ଜି,ଚାରା,ପଲିଥିନ ଉପରେ ଅନବରତ ଭାବେ କାର୍ଯ୍ୟକରି ଜନସଚେତନା ସୃଷ୍ଟି କରୁଥିବା କିଛି ଶିକ୍ଷାର୍ଥୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ଶିକ୍ଷାର୍ଥୀ ମାନଙ୍କ ଉପସ୍ଥିତ ସଭା ପରିଚାଳନାରେ ଶିକ୍ଷୟିତ୍ରୀ ସିନା ସାଗର, ରୋହିତ କୁଆଁର, ସାଇଲକ୍ଷ୍ମୀ ଡାକୁଆ, ତପସ୍ୱିନୀ ମେହେର ପ୍ରମୁଖ ସହଯୋଗ କରିଥିବାବେଳେ ଶିକ୍ଷୟିତ୍ରୀ ଅନିତା ଦଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.