ନୂଆପଡା,୩୦/୪ : ଅସହ୍ୟ ଗରମ ସାଙ୍ଗକୁ ବିଜୁଳୀର ଲୁଚକାଲି ଖେଳ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଚି । ରାଜ୍ୟର ଏକ ଉପାନ୍ତ ଓ ଆଦିବାସୀ ଅଞ୍ଚଳ ନୂଆପଡା ଜିଲ୍ଲାରେ ଅନେକ ଗରିବ ଶ୍ରେଣୀର ଲୋକ ରୁହନ୍ତି, ତେବେ ସଦର ଓ ସଦର ବ୍ଲକରେ ବିଭିନ୍ନ ସମୟରେ ନିୟମିତ ଭାବେ ବିଦ୍ୟୁତ ସଂଯୋଗ କାଟି ଦିଆ ଯାଉଛି ବୋଲି କିଛି ଜନସାଧାରଣ ଓ ସାମାଜିକ ସଂଗଠନ ଅଭିଯୋଗ କରିଛନ୍ତି । ପ୍ରକାଶ ନୂଆପଡା ସହରର ଭେରା ଗାଁରେ ଏକ ଗ୍ରୀଡ଼ ଅଛି । କିନ୍ତୁ ନିୟମିତ ବିଦ୍ୟୁତ କାଟିବା ନେଇ ଧୀରେ ଧୀରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି । ଗତ ୧୫ ଦିନ ହେବ ସଦର ତାପମାତ୍ର ୪୨ ଡିଗ୍ରୀ ସେଲସିୟସ ଥିଲା ବେଳେ ବିଦ୍ୟୁତ ବିଭାଗ ବିଭିନ୍ନ କାରଣ ଯଥା ୧୩୨ କେଭି ବିଦ୍ୟୁତ ତାର ସଂଯୋଗ ହେଉଛି ଭଳି ନାନା କାରଣ ଦର୍ଶାଉଛନ୍ତି ବୋଲି ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏହା ଉପରେ ହସ୍ତକ୍ଷେପ ଓ ଏହାର ଉଚିତ ସମାଧାନ କରୁ ବୋଲି ବୁଦ୍ଧିଜୀବି ଓ ଜନସାଧାରଣ ରେ ମତ ପ୍ରକାଶ ପାଇଛି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇