ରାୟଗଡାରେ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସହରର ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ଶହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ରାୟଗଡା ଧର୍ମାନନ୍ଦ ବେହେରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ସମ୍ମାନୀୟ ଅତିଥି ରୂପେ ରାୟଗଡ଼ା ପୌର ପରିଷଦ ନଗରପାଳ ପି. ମହେଶ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଳନ୍ଧର ପୂଷିକା ଆଦି ଯୋଗଦାନ କରି ନିଜର ବକ୍ତବ୍ୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଅତୁଳନୀୟ ଅବଦାନ ଓ ସଂଗ୍ରାମ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ବରିଷ୍ଠ ନାଗରିକ ସଂଘର ସଭାପତି ଶଙ୍କର୍ଷଣ ମଙ୍ଗରାଜ, ଉପସଭାପତି ଦାଶରଥି ରାଜଗୁରୁ ଓ ହରିଶ୍ଚନ୍ଦ୍ର ଶବର, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲେନୁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୂସ୍ମିତା ବାଉରୀ, ସହିଦ ଲକ୍ଷ୍ମଣ ନାୟକ ଯୁବକ ସଂଘର ସଭାପତି ଓ ଯୁବକ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ସେହିଭଳି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପ୍ରାକ୍ଷେପକ ପୀତବାସ ବିଶ୍ୱାଳ, ରାଜସ୍ୱ ସହାୟକ ରାମ ଚନ୍ଦ୍ର ପାତ୍ର, ଗ୍ରନ୍ଥା ଗାରିକ ଡ଼ମ୍ବରୁଧର ପଣ୍ଡା, ସଂଚାଳକ ସମ୍ରାଟ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରା, ଅଜିତ ପଣ୍ଡା, ଗଣମାଧ୍ୟମ ପ୍ରତିନିଧି, ଶାସ୍ତ୍ରୀନଗର ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଏବଂ ଆର.ଏସ.ଇ.ଡବ୍ଲୁ.ସି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.