ବଡ଼ ପୁଝାରୀଗୁଡା ସମବାୟ ସମିତି ଆନୁକୁଲ୍ୟରେ ପଞ୍ଚାୟତ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପୁଝାରୀଗୁଡା ସେବା ସମବାୟ ସମିତି ଆନୁକୁଲ୍ୟରେ ଧାନ ବିକ୍ରୟ କେନ୍ଦ୍ର (ମଣ୍ଡୀ) ପ୍ରାଙ୍ଗଣରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସେବା ସମବାୟ ସମିତି ର ସଭାପତି ଲଲିତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଡ଼ିଓ ଆଶାରାମ ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଳମଣୀ ସାହୁ, ଏବଂ ଜୟପାଟଣା ବ୍ଳକ ଜୋନ୍ ୨ର ଜିଲ୍ଲା ପରିଷଦ ସଭ୍ୟ ଦେବ ପୁଝାରୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଥିବା ସହିତ ବଡ଼ ପୁଝାରୀ ଗୁଡା ଗନ୍ତିଆ ଖଗେଶ୍ବର ନାଏକ, ବରିଷ୍ଠ ଚାଷୀ ନେତା ମାନସିଂହ ରଣା, ହେମନ୍ତ ମାଝୀ, ବଡ଼ ପୁଝାରୀ ଗୁଡା ସେବା ସମବାୟ ସମିତିର ସଭ୍ୟ ଚକ୍ରଧର ନାଏକ,ରତନ ନାଏକ, ଧନେଶ୍ଵର ପୁଞ୍ଜି,ମଦନ ନାଏକ ମୁରଲିଧର ଦୁର୍ଗା, ପ୍ରମୁଖ ମଞ୍ଚାସୀନ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କର୍ମଶାଳାରେ ଚାରି ଗୋଟି ପଞ୍ଚାୟତର ଅଗ୍ରଣୀ ଚାଷୀମାନେ ଉପସ୍ଥିତ ରହି ଆଲୋଚନା ଅଂଶ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସେବା ସମବାୟ ସମିତି ସଭାପତି ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଦିପ ପ୍ରଜ୍ଜ୍ୱଳନ କରିବା ସହିତ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ସେବା ସମବାୟ ସମିତି ର ସଭାପତି ତାଙ୍କର ଅଭିଭାଷଣରେ ସେବା ସମବାୟ ସମିତି ରେ କିଭଳି ସଭ୍ୟ ହୋଇପାରିବେ ସେ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇବା ସହିତ ସମସ୍ତ ଚାଷୀ ସମବାୟ ସମିତି ରୁ ୠଣ ନେଇ କିଭଳି ଉପକୃତ ହେବେ ସେ ବିଷୟରେ ସଚେତନ କରିଥିଲେ।

Udyog Nursery
Udyogi Nursery

ସେବା ସମବାୟ ସମିତି ର ସଭା ଗୃହ ଅଧାପନ୍ତରିଆ ଭାବେ ରେ ପଡି ରହିଥିବାରୁ ଏହାର ସମାଧାନ ପାଇଁ ସଭାରେ ଉପସ୍ଥିତ ଥିବା ଜିଲ୍ଲା ପରିଷଦ ସଦସ୍ୟ ଙ୍କୁ ଅନୁରୋଧ କରିଥିଲେ ଏବଂ ଜିଲ୍ଲା ପରିଷଦ ସଭ୍ୟ ତାଙ୍କ ଅନୁଦାନ ରୁ ଟଙ୍କା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ସଭା ଟିକୁ ସମବୟ ସମିତି ର ସମ୍ପାଦକ ଯଶୋବନ୍ତ ନାଏକ ପରିଚାଳନା କରିଥିବା ବେଳେ ଆନନ୍ଦ ସାହୁ, ବିରଞ୍ଚି ନାଏକ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.