କେଗାଁ ବସ୍ତିପଡାଠାରେ ଷୋହଳ ପ୍ରହର ନାମଯଜ୍ଞ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ବସ୍ତିପଡାଠାରେ ୨୭ ତାରିଖଠାରୁ ଆରମ୍ଭ ହୋଇଥିବା ଷୋହଳ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି । ୨୬ ତାରିଖ ଦିନ ସ୍ଥାନୀୟ ଉଦନ୍ତି ନଦୀରୁ କଳସଯାତ୍ରା ଏକ ବର୍ଣ୍ଣାଢ୍ୟ ପରିବେଶରେ ଆସି ଯଜ୍ଞ ସ୍ଥଳରେ ପହଞ୍ôଚ ଥିଲା । ୨୭ ତାରିଖ ଦିନ ନାମାରମ୍ଭ ହେବା ସହିତ ଆଜି ସକାଳ ସମୟରେ ଉଦଯାପିତ ହୋଇଯାଇଛି । ଷୋହଳ ପ୍ରହର ଦେଖିବାକୁ ଅଞ୍ଚଳର କୋଣ ଅନୁକୋଣରୁ ଶ୍ରଦ୍ଧୁଳଙ୍କ ସମାଗମ ହୋଇଥିବା ବେଳେ ଗତକାଲି ପୁର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମଧ୍ୟ ଅନେକ ସମୟ ଧରି ଉପସ୍ଥିତ ଥିଲେ । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ସହିତ ପ୍ରସାଦସେବନର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା । ଉକ୍ତ ଅବସରରେ ଷୋହଳ ପ୍ରହରରେ ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିଥିବା ଆଠ ଗୋଟି ସଂକିର୍ତ୍ତନ ଗୁରୁଙ୍କୁ କେଗାଁର ହାରମୋନିୟମ ମାଷ୍ଟର ଗୌରଚନ୍ଦ୍ର ପୁଟେଲ ମାନପତ୍ର ଦେଇ ସମ୍ଭର୍ଦ୍ଧିତ କରିଥିଲେ । ବସ୍ତିପଡାର ସମସ୍ତ ଜନସାଧାରଣ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.