କେନ୍‌ ୱିଲିୟମସନ୍‌ଙ୍କ ହେବ ସର୍ଜରୀ; ଖେଳିପାରିବେନି ଦିନିକିଆ ବିଶ୍ୱକପ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଣ୍ଠୁରେ ଆହତ ଯୋଗୁ ପ୍ରଥମ ମ୍ୟାଚ୍ ଖେଳି ଆଇପିଏଲ୍‌ ୨୦୨୩ରୁ ବାଦ ପଡିଥିବା ଗୁଜୁରାଟ ଟାଇଟନ୍ସ ଖେଳାଳି କେନ୍‌ ୱିଲିୟମସନ୍‌ ଦିନିକିଆ ବିଶ୍ୱକପ୍‌ରୁ ବାଦ ପଡିବେ। ଆଇପିଏଲ୍‌ ମ୍ୟାଚ୍‌ ଖେଳୁଥିବା ବେଳେ ଆଣ୍ଠୁରେ ଶକ୍ତ ଆଘାତ ଲାଗିଛି। ତାଙ୍କର ସର୍ଜରୀ ହେବ। ମାର୍ଚ୍ଚ ୩୧ ତାରିଖରେ ଚେନ୍ନାଇ ସୁପର କିଙ୍ଗଗ୍ସ ବିପକ୍ଷ ମୁକାବିଲାରେ ଫିଲ୍‌ଡିଂ ବେଳେ ୱିଲିୟମସନଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ଏଥିରେ ତାଙ୍କର ଆଣ୍ଟେରିୟର କ୍ରୁସିଏଟ୍ ଲିଗାମେଣ୍ଟ(ଅଣ୍ଠୁଗଣ୍ଠି ମଝିରେ ଥିବା ଅସ୍ତି ଝିଲ୍ଲୀ) ଛିଡ଼ିଯାଇଥିବା ସ୍କାନ୍ କରିବା ପରେ ଜଣାପଡ଼ିଛି। ତେଣୁ ତାଙ୍କର ସର୍ଜରୀ ହେବ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସର୍ଜରୀ ପରେ ସୁସ୍ଥ ହେବାକୁ ସାଧାରଣ ସମୟ ସୀମା ଯେତିକି ରହିଛି ସେତିକିରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ସମୟ ମିଳିବ ନାହିଁ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ପକ୍ଷରୁ ସୂଚନା ମିଳିଛି। ୩ ସପ୍ତାହ ଭିତରେ ୱିଲିୟମସନଙ୍କ ସର୍ଜରୀ ହୋଇପାରେ। ଆହତ ହୋଇ ଟିମ୍‌ରୁ ବାହାରିବା ପରେ ୱିଲିୟମସନ ପ୍ରିତକ୍ରିୟା ଦେଇଛନ୍ତି। ଗୁଜରାଟ ଟାଇଟନ୍ସର ଟିମ୍‌ର ସହଯୋଗ ପାଇଁ ସେ ଧନ୍ୟବାଦ ଦେବା ସହ ଖୁବ୍‌ଶୀଘ୍ର ସୁସ୍ଥ ହୋଇ ପୁଣି କ୍ରିକେଟ୍‌ରେ ଯୋଗ ଦେବେ ବୋଲି ସେ କହିଛନ୍ତି। ସୂଚନା ଥାଉକି ଆହତ ହୋଇ ଟିମ୍‌ରୁ ବାହାରିଯିବା ପରେ ଗୁଜୁରାଟ ଟାଇଟନ୍ସ ତାଙ୍କ ସ୍ଥାନରେ ଶ୍ରୀଲଙ୍କାର ଦସୁନ ଶନକାଙ୍କୁ ଟିମ୍‌ରେ ସାମି୍ଲ କରିଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.