ଶନିବାରରୁ ଆରମ୍ଭ ହେଲା ନର୍ଲା ଚବିଶ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଚବିଶ ପ୍ରହର ନାମଯଜ୍ଞ ଶନିବାର ଠୁଁ ଆରମ୍ଭ ହୋଇଛି । ଶୁକ୍ରବାର ସନ୍ଧ୍ୟା ୪ ଘଣ୍ଟା ସମୟରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଭବ୍ୟ କଳସ ଯାତ୍ରାରେ ଜଳନେଇ ଆସି ଦୁର୍ଗା ମଣ୍ଡପ ସମ୍ମୁଖସ୍ଥ ଅସ୍ଥାୟୀ ପ୍ରହରୀ ମଣ୍ଡପ ଠାରେ କଳସ ସ୍ଥାପନା କରିବା ସହ ବେଲ ବରଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶନିବାର ସକାଳ ୭.୧୫ ସମୟରେ ନାମ ଆରମ୍ଭ କରିଥିଲେ ନର୍ଲା ସଂକୀର୍ତ୍ତନ ମଣ୍ଡଳୀ । ଚଳିତ ବର୍ଷ ଯଜ୍ଞ ପରିଚାଳନା କରୁଥିବା ଶ୍ରୀଶ୍ରୀ ବଳଭଦ୍ରଶ୍ବର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଅଭୟ କୁମାର ଚାନ୍ଦ ଦାଇତ୍ୱ ବହନ କରିଥିବା ବେଳେ, ଉପସଭାପତି ଭାବରେ ତୁମେଶ୍ୱର ଭୋଇ, ସାଧାରଣ ସମ୍ପାଦକ ଭାବରେ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା, ଯୁଗ୍ମ ସଂପାଦକ ଭାବରେ କିଶୋର ମାଝୀ, କୋଷାଧ୍ୟକ୍ଷ ଭାବରେ ଅନମୋଲ ଚନ୍ଦ(ବଣ୍ଟୁ) ତଥା ଉପଦେଷ୍ଟା ମଣ୍ଡଳୀ ଓ ଅନ୍ୟାନ୍ୟ ପଦପଦବୀରେ ସରୋଜ କୁମାର ଚାନ୍ଦ୍, ସୁନୀଲ କୁମାର ଚାନ୍ଦ୍, ପୂର୍ଣ୍ଣଚନ୍ଦ୍ର ପୂଝାରୀ, ପ୍ରଦୀପ(ବଡ)ହଂସ, ଟିମ୍ପୁ ପୁଝାରୀ, ସୁବୋଧ ମିଶ୍ର, ମୋହିତ ମିଶ୍ର, ମୋହନ ବାଗ, ମୋହନ ବେହେରା, ବୁଠି ହଂସ, ଯଶୋବନ୍ତ ପୂଝାରୀ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

ସେହିଭଳି ଯଜ୍ଞ କର୍ତ୍ତା ଭାବରେ ବିଜୟାଲକ୍ଷ୍ମୀ ଭଞ୍ଜ ଓ ପରମା ଭଞ୍ଜ ଦମ୍ପତି କାର୍ଯ୍ୟ ନିର୍ବାହନ କରୁଛନ୍ତି । ପୂଜକ ଭାବରେ ନର୍ଲାର ବ୍ରହ୍ମା ପଣ୍ଡିତ ସୁନାଶୀର ମିଶ୍ର, ଜପକ ଭାବରେ ଗୋପବନ୍ଧୁ ବେହେରା ଓ ପିଙ୍କୁ ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନ କରୁଥିବା ଜଣାପଡିଛି । ଭୋଗ ପ୍ରସ୍ତୁତି ଦାଇତ୍ୱରେ ସୁଦାମ ପଣ୍ଡା ରହିଥିବା ବେଳେ ସନ୍ତୋଷ ମିଶ୍ର ଅନ୍ନ ଭୋଗର ଦାଇତ୍ୱରେ ରହି ଆନନ୍ଦ ବଜାର ପରିଚାଳନା କରୁଥିବା ଜଣାପଡିଛି । ଚଳିତ ବର୍ଷ ଏହି ଚବିଶ ପ୍ରହର ନାମଯଜ୍ଞ ପାଇଁ ସମୁଦାୟ ୧୨ ଗୋଟି ସଂକୀର୍ତ୍ତନ ମଣ୍ଡଳୀକୁ ନିମନ୍ତ୍ରଣ କରାଯାଇଛି । ନର୍ଲାର ଦୁଇଗୋଟି ସଂକୀର୍ତ୍ତନ ମଣ୍ଡଳୀ ନେତୃତ୍ୱ ନେଇଥିବା ବେଳେ ବରଗଡ, ବରଗଡ଼ର ଚନ୍ଦ୍ରବାହାଲ, ଭୁଲିଆଦି ବଲାଙ୍ଗୀରର ଦସନା, ପୁଲାପାଲି କଳାହାଣ୍ଡିର ବିଣାଖାଲ, ଦୁମାଲପଡ଼ା, ନେଗିଗୁଡା, ମୁଖୀଗୁଡା, ଦୋରାଶିରଲୀ ଏଭଳି ୧୨ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନର୍ଲା ୨୪ ପ୍ରହର ନାମଯଜ୍ଞରେ ଅଂଶ ଗ୍ରହଣ କରିଥିବା ବେଳେ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା, ପ୍ରସନ୍ନ ଗଉଡ, ଚାରୁଚନ୍ଦ୍ର ଛୁରିଆ, ସରୋଜ କୁମାର ରାଉତ, ଯୋଗରାମ ବଗର୍ତ୍ତି, ନିରଞ୍ଜନ ପୁରୋହିତ, ଶଙ୍କର ମାଝୀ, ଭେଙ୍କଟ ଦାସ, ମନ ବାବୁ, ଡମ୍ବରୁଧର ମହାଲିକ, ତ୍ରିନାଥ କମ୍ପ, ଖଗେଶ୍ୱର ବନଛୋର ପ୍ରମୁଖ ଙ୍କ ସମାଗମ ଘଟିଛି ନର୍ଲା ନାମଯଜ୍ଞରେ । ଏଣୁ ଏଥର ସଂକୀର୍ତ୍ତନ ପ୍ରେମୀ ଭକ୍ତ ମାନଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ନାମଯଜ୍ଞରେ । ନର୍ଲାରେ ଭୀଷଣ ଗରମ ଯୋଗୁଁ ନାମଯଜ୍ଞରେ ଜନସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ପରିଚାଳନା କମିଟିର ସମ୍ପାଦକ ବିଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି । ନାମଯଜ୍ଞ ସଂକୀର୍ତ୍ତନ ତା.୧୧/୪ ମଙ୍ଗଳବାର ସକାଳ ୭.୧୫ ରେ ପୂର୍ଣ୍ଣାହୂତି ପଡିବ ବୋଲି ପରିଚାଳନା କମିଟିର ସାଧାରଣ ସମ୍ପାଦକ ବିଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି । ନର୍ଲାର ସମସ୍ତ ଯୁବପିଢୀ ଓ ଜନସାଧାରଣ ନାମଯଜ୍ଞ ର ବିଭିନ୍ନ ଦାଇତ୍ୱରେ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.