ହୀରାପୁର ଗ୍ରାମର ଆଦର୍ଶ ପୋଖରୀ ନିର୍ମାଣରେ ଅନିୟମିତତା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଓଡ଼ିଶା ସରକାର ଗରିବ କଲ୍ୟାଣ ପାଇଁ ମାହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଠିକାଦାର, ସ୍ଥାନୀୟ ଗ୍ରାମ ପଞ୍ଚାୟତ ସରପଞ୍ଚ ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ହରିଲୁଟ୍ ହେଉଛି ଏହି ଯୋଜନାର ଅର୍ଥରାଶି । ଯାହା ଫଳରେ ଗରିବ ଲୋକମାନେ ମନରେଗା ଯୋଜନାରେ କାମ କରିବାରୁ ବଞ୍ଚିତ ହେଉଛନ୍ତି । ମାହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ବାଟମାରଣା କରୁଛନ୍ତି । ଏଭଳି ଏକ କାର୍ଯ୍ୟ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମ ପଞ୍ଚାୟତର ମନରେଗା ଯୋଜନାରେ ଆଦର୍ଶ ପୋଖରୀ ନିର୍ମାଣ କାର୍ଯ୍ୟ ରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଦର୍ଶ ପୋଖରୀ ନିର୍ମାଣ ପାଇଁ ଟ,୯୬୬୯୧୮ ଙ୍କା (ନଅ ଲକ୍ଷ ଛଅଷଠି ହଜାର ନହଶହ ଅଠର ଟଙ୍କା)ମାତ୍ର ଅଟକଳ ମୂଲ୍ୟ ଧାର୍ଯ୍ୟ କରିଥିବା ବେଳେ ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଆଦର୍ଶ ପୋଖରୀ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ବାଲି, ମେଟାଲ, ସିମେଣ୍ଟ ଲାଗିଛି । ଏହି କାର୍ଯ୍ୟ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ନିଜେ ଠିକାଦାର ସାଜି କାମ କରୁଥିବାରୁ ବିଭାଗୀୟ ଅଧିକାରୀ ପାଦ ପଡୁ ନ ଥିବା ବେଳେ ବିଭାଗୀୟ ଯନ୍ତ୍ରୀ ନିଦାବିଷ୍ଣୁ ପାଲଟି ଯାଇଛନ୍ତି । ଏହି କାର୍ଯ୍ୟଟି ଲାଞ୍ଜିଗଡ଼ ବିଧାୟକଙ୍କ ନିଜର ଗ୍ରାମରେ ଠିକାଦାର ମାନେ ମନମୁଖି ନିମ୍ନମାନର କାର୍ଯ୍ୟ ହେଉଥିବା ବେଳେ ଅନ୍ୟ ଅଞ୍ଚଳରେ କେମିତି କାର୍ଯ୍ୟ ହେଉଥିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ହେଉଥିବା କାର୍ଯ୍ୟର ବିଭାଗୀୟ ତଦନ୍ତ କରାଯାଇ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଗ୍ରମବାସୀ ଦାବି ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.