ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପକ୍ଷରୁ ଡ଼ଃ. ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ କେନ୍ଦୁଗୁଡା ଗ୍ରାମଠାରେ ସ୍ୱାମୀ ବିବେକନନ୍ଦ ପବ୍ଲିକ ସ୍କୁଲ ତରଫରୁ ଭାରତ ରତ୍ନ ତଥା ଭାରତ ସମ୍ବିଧାନର ରଚୟିତା ଡ଼ଃ ବି.ଆର. ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ଼. ଶିବରାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସରପଞ୍ଚ ରାଜୁ କରୁଆଁ ଉପସ୍ଥିତ ରହି ସେହି ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ବାବା ସାହେବଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ପ୍ରଥମେ ଡ଼ଃ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସ୍କୁଲର ଅଧ୍ୟକ୍ଷ ନିଜ ସ୍ମୃତିଚାରଣରେ କହିଥିଲେ ଯେ କର୍ମ ଫଳ ବଳରେ ହିଁ ଜଣେ ବଂଚି ରହିଥାଏ ତଥା ସମାଜକୁ ଦେଇଥିବା ଅବଦାନ ମଣିଷର ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଏଥିରେ ଗ୍ରାମର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ବୃଷବ ଦାଶ ସଭା ପରିଚାଳନା ଓ ସୁଶାନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.