ଓଡିଶା ଗ୍ରାମାଞ୍ଚଳ ସାମ୍ୱାଦିକ ସଂଘର ବାର୍ଷିକ ଉତ୍ସବ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଅଞ୍ଚଳରେ ଘଟୁଥିବା ସମସ୍ତ ଘଟଣା ଦୁର୍ଘଟଣା ଗୁଡିକୁ ସାମ୍ୱାଦିକ ମାନେ ଟିକିନିଖି ଭାବେ ଉପସ୍ଥାପନ କରୁଛନ୍ତି । ବୈଦ୍ୟୁତିକ ଗଣମାଧ୍ୟମ ସହିତ ପ୍ରିଣ୍ଟ ଓ ଡିଜିଟାଲ ମିଡ଼ିଆରେ ଯେଉଁ ତଥ୍ୟ ରଖୁଛନ୍ତି ତାହା ଗ୍ରାମାଞ୍ଚଳରୁ ଆରମ୍ଭ କରି ସମସ୍ତଙ୍କ ଆସ୍ଥା ଭାଜନ ହେଉଛି । ତେବେ ସତ୍ୟ ସମ୍ବାଦ ଉପସ୍ଥାପନ କରୁଥିବା ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ତେରଛା ନଜର ରହୁଛି ବୋଲି ଓଡିଶା ଗ୍ରାମାଞ୍ଚଳ ସାମ୍ୱାଦିକ ସଂଘର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ମଣ୍ଡି ପରିସରରେ ଓଡିଶା ଗ୍ରାମାଞ୍ଚଳ ସାମ୍ୱାଦିକ ସଂଘ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜୁନାଗଡ ବିଡ଼ିଓ ଦୁଲାରାମ ମାରାଣ୍ଡି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶାମୁକା ରାଣୀ କୁମାର, ପୂର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କ ସୁରକ୍ଷା ଓ ଅବଦାନ ଦିଗରେ ଆଲୋଚନା କରିଥିଲେ ।
ଏହି ଅବସରରେ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷ୍ୟା, ଚାଷ ଓ ସାମ୍ବାଦିକତା ଦିଗରେ ଉଲ୍ଲେଖନୀୟ ଅବଦାନ ଥିବା ନରେନ୍ଦ୍ର ଖିତି, ରବି ଶଙ୍କର ସୁନାନୀ, ଚକ୍ରଧର ନାଏକ, ସୁନ୍ଦର ମୋହନ ଛତ୍ରିଆ, ସୁବାସ ଚନ୍ଦ୍ର ବାଗ, ଶୋଭିତ ଗାନ୍ଧୀ, ଶରତ ଚନ୍ଦ୍ର ରାଉତ, ବିକ୍ରମାଦିତ୍ୟ ସିଂ ଦେଓ, ପ୍ରମୀତା ସିନ୍ଦୂର, ଲକ୍ଷ୍ମୀକାନ୍ତ ସିଂ, ତିର୍ଥରାଜ୍ ଦଳପତି, ଭଗବାନ ବେଣୁପାଣୀ, ଢ଼ଗମାଳି ନାଏକ, ଆଦିତ୍ୟ ସାହୁ, କୈଳାଶ ଛତ୍ରିଆ, ମୋହନ ସାଗର ଓ ହିମାଦ୍ରି ପୁଝାରୀ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ସାମ୍ବାଦିକ ଯୋଗଦେଇଥିଲେ । ପରମାନନ୍ଦ ଠାକୁର ମଞ୍ଚ ପରିଚାଳନା କରିଥିବା ବେଳେ ରାଜ୍ୟ ଉପସଭାପତି ଗଣେଶ ରାମ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତୁଳସୀ ରାମ ଛତ୍ରିଆ, ନିକୁଞ୍ଜ ଚଲାନ, ସୁବୋଧ ରାଣା, ହେମନ୍ତ ପ୍ରସାଦ ନାଏକ, ଭୋକରଧନ ଧଙ୍ଗଡାମାଝି, କାହ୍ନୁ ଚରଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।