
ଜଗମୋହନ ପଟ୍ଟନାୟକ
ଆଜି ଶ୍ରମିକ ଦିବସ ମନେ ପଡୁନାହିଁ
ନେତାଙ୍କ ଦରଦ କେତେ ତୁମ ପାଇଁ
ଲୁହ ତାର କେବେ ଶୁଖିବ ନାହିଁ
ସେଇ ହତଭାଗା ଆମ ଶ୍ରମିକ ଭାଇ ।
ମୁଣ୍ଡଝାଳ ତୁଣ୍ଡେ ରକତ ବୁହାଇ
ଜୀବନ ସାରା ସେ ଖଟି ଚାଲିଥାଏ
ଦିଓଳି ଦିମୁଠା ପାଇବା ପାଇଁ
ସେଇ ହତଭାଗା ଆମ ଶ୍ରମିକ ଭାଇ ।
ନିର୍ଦୟ ଦୁନିଆ ତା ଦୁଃଖ ବୁଝେନା
ଶୋଷଣ କରଇ ଧର୍ମକୁ ଡରେନା
କେହି ତା ଦୁଃଖକୁ ବୁଝିବେ ନାହିଁ
ସେଇ ହତଭାଗା ଆମ ଶ୍ରମିକ ଭାଇ ।
ଦରଦୀ ମଣିଷ ଦୁଃଖେ ସଢୁ ଅଛି
ସମସ୍ତେ ରୁହନ୍ତି ତାହା ପାଇଁ ସୁଖୀ
ତାର ଶ୍ରମଦାନ କେ ପାରିବ ସୁଝି
ସେଇ ହତଭାଗା ଆମ ଶ୍ରମିକ ଭାଇ ।
ସବୁରି ମୁହଁରେ ଦେଇ ସେ ହରଷ
ଜୀବନରେ ତାର ପାଇଲାନି ସୁଖ
ଶ୍ରମିକ ଦିବସେ କର ଅନୁଚିନ୍ତା
କିପରି ଏ ଦେଶେ ସେ ପାଇବ ସୁଖ ।
ହେ ଜନ ମାନସ ଉଜ୍ଜୀବିତ ହୁଅ
ତାଙ୍କୁ ଏ ସମାଜେ ସମ୍ମାନ ଦିଅ
ଭାରତ ମାତାର ସବୁ ତ ସନ୍ତାନ
ସେ କାହୁଁ ହୋଇବ ଏତେ ହିନିମାନ ।
ତେବେ ଯାଇ ଦେଶ ପ୍ରଗତି ସମ୍ଭବ
ଜଗମୋହନର ଆହ୍ବାନ ଶୁଣ
ଶ୍ରମିକଙ୍କ ପ୍ରତି ଦୟଭାବ ରଖି
ପବିତ୍ର ଦିବସେ କରିବା ପଣ ।