ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ଆବାହକ ମନୋଜ ହାତୀଙ୍କ ସଂଯୋଜନାରେ ରବିବାର ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନୀ ଗ୍ରାମରେ ଓବିସି ମଞ୍ଚର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ତୁଳସୀରାମ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ସଂଗଠନକୁ କିପରି ଅଧିକ ମଜବୁତ କରାଯିବ ସେ ନେଇ ସମସ୍ତେ ମତ ପୋଷଣ କରିଥିଲେ। ସରକାରଙ୍କ ଦ୍ବାରା କରାଯାଉଥିବା ଓବିସି ସର୍ଭେରେ ସମସ୍ତ ପରିବାର ନିଜ ନିଜର ପଞ୍ଜୀକରଣ କିପରି କରିପାରିବେ ସେ ଦିଗରେ ସମସ୍ତେ ସହଯୋଗ କରିବାକୁ କୁହାଯିବା ସହ ଫର୍ମ ମିଳୁ ନ ଥିବା କିଛି ସଦସ୍ୟ ଅଭିଯୋଗ କରିଥିଲେ। ସେହିଭଳି ଆରକ୍ଷଣ ମିଳିଲେ କ’ଣ କ’ଣ ସୁବିଧା ମିଳିବା କଥା ସେ ଉପରେ ମତ ରଖିଥିଲେ ମଞ୍ଚର କୋର କମିଟି ସଦସ୍ୟ ଘିନୁ ଆଡଯୁଆଡ, ବାଳକୃଷ୍ଣ ସାଣ୍ଡ, ଟିକେଲାଲ ବେହେରା, ଅଭୟ ସାହୁ, ଦେବାନନ୍ଦ ସାହୁ, ଲଲିତ ସାହୁ, ବିରବର ସାହୁ, ଦିଲୀପ ବିଶି, କୁନା ଭାଟି, କୃଷ୍ଣ ହାତୀ, ସଞ୍ଜୀବ ସାହୁ, ଆଶିଷ ସାହୁ, ଜୟନ୍ତ ବଗର୍ତ୍ତୀ, ଦୟା ଚନ୍ଦନ, କାର୍ତ୍ତିକ ଛତର, ଝଶକେତନ ଛତର। ଏହାସହ ରାଜନୈତିକ ଦୃଷ୍ଟି କୋଣରୁ ଆଜିର ଦିନରେ ଓବିସି ବର୍ଗର ଲୋକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ସମସ୍ତ ରାଜନୈତିକ ଦଳରେ କିଛି ନା କିଛି ଓବିସି ବର୍ଗର ନେତୃତ୍ୱ ଦେଖିବାକୁ ମିଳେ, କିନ୍ତୁ ଏହି ବର୍ଗର ଲୋକ ବିଭିନ୍ନ ସ୍ଥାନରେ ଅବହେଳାର ଶିକାର ହେଉଛନ୍ତି। କେନ୍ଦ୍ର ସରକାର ୨୭ ପ୍ରତିଶତ ସଂରକ୍ଷଣ ରଖିଥିବା ବେଳେ ରାଜ୍ୟରେ ତାହା ଫଳ ପ୍ରଦ ହେଉନି, ଯଦ୍ୱାରା ଏହି ବର୍ଗର ଲୋକ ଉପକୃତ ହୋଇ ପାରୁ ନାହାଁନ୍ତି। ରାଜନୀତିରେ ମଧ୍ୟ ଏହି ବର୍ଗର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ, ଯଦି ଓବିସି ବର୍ଗର ଲୋକ ଏକ ହୋଇଯିବେ ତାହେଲେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବେ। ସମସ୍ତେ ଏକଜୁଟ ହେବା ପାଇଁ ସଭାରେ ଆହ୍ବାନ ଦିଆଯାଇଥିଲା।ଆସନ୍ତା ମଙ୍ଗଳବାର ଦିନ ଏହି ଆଲୋଚନା ହୋଇଥିବା ବିଷୟ ଉପରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଛି। ଏହି ବୈଠକରେ ଯିବରଧନ ଖର୍ସେଲ,ପ୍ରମୋଦ ସାହୁ, ବୃନ୍ଦାବନ ରଣା, ବିଷ୍ଣୁ ବାଗ, ଅମିନ ହେର୍ଣା, ସୁଧୀର ଘଡାଇ, ସୁରେନ୍ଦ୍ର ପୋଡ଼, ଶକ୍ତି ବାଗ, ଗଜେନ୍ଦ୍ର ଛତର, ଜିତେନ୍ଦ୍ର ଖର୍ସେଲ, ଫକୀର ବାଗ, ହିତେଶ ନାଗ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.