Big Breaking: ଭାରସାମ୍ୟ ହରାଇ ଓଲଟିଲା ଟ୍ରଲର, ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ୨୬ ନମ୍ବର ଜାତୀୟ ରାଜପଥ ସିଉନି ଶିବମନ୍ଦିର ବୁଲାଣି ନିକଟରେ ପାଇପ୍ ବୋଝେଇ ଦୁଇଟି ଟ୍ରଲର ନବରଙ୍ଗପୁର ପଟୁ ଦ୍ରୁତ ଗତିରେ ଆସୁଥିବା ବେଳେ ଗୋଟିଏ ଟ୍ରଲର ଭାରସାମ୍ୟ ହରେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାରେ ଡ୍ରାଇଭର ନରେଶ ରେଡ୍ଡୀ ସମେତ ଅନ୍ୟଜଣେ ଆହତ ହୋଇଥିବା ଜଣାପଡିଛି। ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ସୂଚନା ଅନୁସାରେ, ଗାଡିଟି କର୍ଣ୍ଣାଟକରୁ ଢେଙ୍କାନାଳ ଯାଉଥିବା ବେଳେ ସିଉନି ଶିବ ମନ୍ଦିର ବୁଲାଣି ନିକଟରେ ଓଲଟି ପଡିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.